ଏହି ଡକ୍ୟୁମେଣ୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଏବଂ ଏହା ଅଧୀନରେ ଗଠିତ ନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମାବଳୀରେ ଇଲେକ୍ଟ୍ରୋନିକ ଡକ୍ୟୁମେଣ୍ଟ / ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ପ୍ରାବଧାନ ଅନୁଯାୟୀ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ। ଏହି ଡକ୍ୟୁମେଣ୍ଟ PhonePe ବ୍ୟବହାରର ସର୍ତ୍ତାବଳୀ (“TOU”) ସହିତ ମିଳିତ ଭାବରେ ପଢ଼ାଯିବ।
ଉପକ୍ରମ
ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ହେଉଛି NPCI (ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ) ଦ୍ୱାରା ନିର୍ମିତ ଏକ ପେମେଣ୍ଟ ପ୍ଲାଟଫର୍ମ ଯାହା କୌଣସି ଦୁଇ ପକ୍ଷର ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟରେ ତୁରନ୍ତ ଅନଲାଇନ ପେମେଣ୍ଟକୁ ଅନୁମତି ଦେଇଥାଏ। UPI ଏହି ଅନଲାଇନ ପେମେଣ୍ଟକୁ ସହଜ କରିବା ପାଇଁ ଏକ ଆର୍କିଟେକଚର ଏବଂ ଷ୍ଟାଣ୍ଡାର୍ଡ API ସ୍ପେସିଫିକେସନର ଏକ ସେଟ୍ ପ୍ରଦାନ କରେ। ଏହାର ଉଦ୍ଦେଶ୍ୟ ହେଉଛି ସମଗ୍ର NPCI ସିଷ୍ଟମକୁ ସରଳୀକରଣ କରି ଏକକ ଇଣ୍ଟରଫେସ ପ୍ରଦାନ କରିବା ସହିତ ଇଣ୍ଟରଅପରେବିଲିଟି ଏବଂ ଉନ୍ନତ ଗ୍ରାହକ ଅନୁଭୂତି ସୃଷ୍ଟି କରିବା।
ଏହି ଚୁକ୍ତି ଓ ସର୍ତ୍ତାବଳୀ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (“UPI”), ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (“NPCI”) ଦ୍ୱାରା ବିକଶିତ ଏକ ପେମେଣ୍ଟ ସେବା ପ୍ଲାଟଫର୍ମ (“ପ୍ଲାଟଫର୍ମ”) ଅଧୀନରେ ପେମେଣ୍ଟକୁ ନିୟନ୍ତ୍ରଣ କରିଥାଏ, ଯାହା 2008ରେ ତିଆରି ହୋଇଥିବା ଏକ ଅମ୍ବ୍ରେଲା ଅର୍ଗାନାଇଜେସନ ଏବଂ UPI ସେବାଗୁଡ଼ିକ ପାଇଁ ସେଟଲମେଣ୍ଟ/କ୍ଲିୟରିଂ ହାଉସ୍/ରେଗୁଲେଟୋରୀ ଏଜେନ୍ସି ଭାବରେ କାର୍ଯ୍ୟ କରେ। PhonePe ପ୍ରାଇଭେଟ ଲିମିଟେଡ (“PhonePe”) ଦ୍ୱାରା ଅଫର୍ କରାଯାଇଥିବା ବିଜ୍ଞପ୍ତି ପ୍ରାପ୍ତ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବ୍ୟାଙ୍କ୍ (“PSP”) (ପରେ “PhonePe” ଭାବେ ରେଫର୍ କରାଯାଇଛି) ମାଧ୍ୟମରେ ପ୍ଲାଟଫର୍ମକୁ କନେକ୍ଟ କରୁଥିବା ଆପ୍ଲିକେସନ ସଫ୍ଟୱେର (“PhonePe ଆପ୍”) ଯାହା କମ୍ପାନୀ ଅଧିନିୟମ, 1956 ଅଧୀନରେ ଅନ୍ତର୍ଭୁକ୍ତ ଏକ କମ୍ପାନୀ, ଯାହାର ପଞ୍ଜିକୃତ କାର୍ଯ୍ୟାଳୟର ଠିକଣା ହେଉଛି- ଅଫିସ୍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସଫ୍ଟଜୋନ, ସର୍ଭିସ ରୋଡ୍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତ। UPI ସେବାଗୁଡ଼ିକ (“ସେବାଗୁଡ଼ିକ”) “PhonePe” ବ୍ରାଣ୍ଡ ଅଧୀନରେ ପ୍ରଦାନ କରାଯାଉଛି।
PhonePe ପ୍ରାଇଭେଟ ଲିମିଟେଡ (“PhonePe”) ହେଉଛି NPCI ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ TPAP ଯାହା ସ୍ପନସର PSP ବ୍ୟାଙ୍କ(ଗୁଡ଼ିକ) ଯଥା Yes ବ୍ୟାଙ୍କ୍ ଲିମିଟେଡ, Axis ବ୍ୟାଙ୍କ୍ ଲିମିଟେଡ ଏବଂ ICICI ବ୍ୟାଙ୍କ୍ ଲିମିଟେଡ୍ ମାଧ୍ୟମରେ ପେମେଣ୍ଟକୁ ସହଜ କରିଥାଏ। PhonePe ହେଉଛି UPI ପେମେଣ୍ଟ ଇକୋସିଷ୍ଟମରେ ଏକ ସେବା ପ୍ରଦାନକାରୀ ଆପ୍ ଏବଂ ଆମେ PSP ବ୍ୟାଙ୍କ୍ ମାଧ୍ୟମରେ UPIରେ ଅଂଶଗ୍ରହଣ କରିଥାଉ।
ସଂଜ୍ଞା
“NPCI” – NPCI ହେଉଛି RBI ଦ୍ୱାରା ଏକ ଅନୁମୋଦିତ ପେମେଣ୍ଟ ସିଷ୍ଟମ ଅପରେଟର। UPI ପେମେଣ୍ଟ ସିଷ୍ଟମକୁ NPCI ଅନୁମୋଦନ ଦେବା ସହ ଏହାକୁ ପରିଚାଳନା କରେ।
“UPI” – ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ, ଯାହାକୁ NPCI ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦେଶ ଏବଂ ବିଜ୍ଞପ୍ତି ଅଧୀନରେ ବ୍ୟାଖ୍ୟା କରାଯାଇଛି।
“PSP ବ୍ୟାଙ୍କ୍” – PSP ହେଉଛି UPI ଫ୍ରେମୱାର୍କ ଅଧୀନରେ ପେମେଣ୍ଟ ସର୍ଭିସ ପ୍ରୋଭାଇଡର (PSP) ଭାବରେ କାର୍ଯ୍ୟ କରିବା ପାଇଁ ଅଧିକୃତ ଏକ ବ୍ୟାଙ୍କିଂ କମ୍ପାନୀ। PSP ଏଣ୍ଡ ୟୁଜର ଗ୍ରାହକଙ୍କୁ UPI ସେବା ପ୍ରଦାନ କରିବା ପାଇଁ TPAPକୁ ନିୟୋଜିତ କରିଥାଏ।
“TPAP” – ଥାର୍ଡ ପାର୍ଟି ଆପ୍ଲିକେସନ ପ୍ରୋଭାଇଡର (TPAP) ହେଉଛି ଏକ ଏଣ୍ଟିଣ୍ଟି ଯାହା UPI ଆଧାରିତ ପେମେଣ୍ଟ ଟ୍ରାଞ୍ଜାକସନକୁ ସହଜ କରିବା ପାଇଁ ଏଣ୍ଡ-ୟୁଜରଙ୍କୁ UPI ଅନୁପାଳନ ଆପ୍(ଗୁଡ଼ିକ) ପ୍ରଦାନ କରେ।
“ଗ୍ରାହକଙ୍କ ବ୍ୟାଙ୍କ୍” – ବ୍ୟାଙ୍କ୍ ଯେଉଁଠି ଏଣ୍ଡ-ୟୁଜର ଗ୍ରାହକ ତାଙ୍କ ଆକାଉଣ୍ଟକୁ ପରିଚାଳନା କରନ୍ତି ଯାହା UPI ମାଧ୍ୟମରେ କରାଯାଇଥିବା ପେମେଣ୍ଟ ଟ୍ରାଞ୍ଜାକସନକୁ ଡେବିଟ୍/ କ୍ରେଡିଟ୍ କରିବା ଉଦ୍ଦେଶ୍ୟରେ ଲିଙ୍କ୍ ହୋଇଛି।
“ଆପଣ”, “ଆପଣଙ୍କ”, “ନିଜେ”, “ଏଣ୍ଡ ୟୁଜର ଗ୍ରାହକ”, “ୟୁଜର”– ସେହି ବ୍ୟକ୍ତି ଯିଏ ପେମେଣ୍ଟ ପଠାଇବା ଏବଂ ପାଇବା ପାଇଁ UPI ପେମେଣ୍ଟ ସୁବିଧାକୁ ବ୍ୟବହାର କରନ୍ତି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ(ଗୁଡ଼ିକୁ) ଲିଙ୍କ୍ କରି UPI ପେମେଣ୍ଟ ସୁବିଧାର ଲାଭ ଉଠାନ୍ତି।
“ଆମେ”, “ଆମର”, “ଆମ୍ଭେମାନେ ନିଜେ ନିଜେ”, “PhonePe” – PhonePe ପ୍ରାଇଭେଟ ଲିମିଟେଡକୁ ରେଫର କରେ।
“PhonePe ଆପ୍” – ମର୍ଚାଣ୍ଟ ଏବଂ ସର୍ଭିସ ପ୍ରୋଭାଇଡରଙ୍କ ସମେତ ଏହାର ୟୁଜରଙ୍କୁ PhonePe ସେବା ପ୍ରଦାନ କରିବା ପାଇଁ PhonePe ଏବଂ PhonePe ସଂସ୍ଥାଗୁଡ଼ିକ ଦ୍ୱାରା ହୋଷ୍ଟ କରାଯାଇଥିବା ମୋବାଇଲ ଆପ୍ଲିକେସନ(ଗୁଡ଼ିକ)।
“PhonePe ପ୍ଲାଟଫର୍ମ” – PhonePe ପ୍ରାଇଭେଟ ଲିମିଟେଡ କିମ୍ବା ଅନ୍ୟ କୌଣସି PhonePe ସଂସ୍ଥା ଦ୍ୱାରା ମାଲିକାନାରେ ଥିବା/ସଦସ୍ୟତା ନେଇଥିବା/ବ୍ୟବହାର କରୁଥିବା ୱେବସାଇଟ, ମୋବାଇଲ ଆପ୍ଲିକେସନ, ଡିଭାଇସ, URL/ ଲିଙ୍କ୍, ବିଜ୍ଞପ୍ତି, ଚାଟବୋଟ୍ କିମ୍ବା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ସୀମିତ ନଥିବା ପ୍ଲାଟଫର୍ମକୁ ରେଫର୍ କରି PhonePe ସଂସ୍ଥା ଏହାର ୟୁଜରଙ୍କୁ ସେବା ଯୋଗାଇଥାଏ।
“PhonePe ସେବାଗୁଡ଼ିକ” – PhonePe ଏବଂ PhonePe ସଂସ୍ଥା ଦ୍ୱାରା ଏକ ସମୂହ ଭାବରେ ବିସ୍ତାରିତ/ ବିସ୍ତାରିତ ହେବାକୁ ଥିବା ସମସ୍ତ ସେବାକୁ ଅନ୍ତର୍ଭୁକ୍ତ କରିଥାଏ, ଯେଉଁଥିରେ ପ୍ରି-ପେଡ୍ ଉପକରଣ, ଗିଫ୍ଟ କାର୍ଡ, ପେମେଣ୍ଟ ଗେଟୱେ, ରିଚାର୍ଜ ଏବଂ ବିଲ୍ ପେମେଣ୍ଟ, ବୀମା, ମ୍ୟୁଚୁଆଲ ଫଣ୍ଡ, ସୁନା ବିକ୍ରି ଓ କ୍ରୟ, ସ୍ୱିଚ କରିବା ଆଦି ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ।
“ବ୍ୟାଙ୍କ୍ ଆକାଉଣ୍ଟ୍ / ପେମେଣ୍ଟ ଆକାଉଣ୍ଟ୍”- କୌଣସି ବ୍ୟାଙ୍କ୍ ଆକାଉଣ୍ଟ୍ କିମ୍ବା କୌଣସି ନିୟନ୍ତ୍ରିତ ସଂସ୍ଥା ଦ୍ୱାରା ଅଫର୍ କରାଯାଉଥିବା ଏକ ପେମେଣ୍ଟ ଆକାଉଣ୍ଟ୍ ଯେଉଁଠାରେ ଟଙ୍କା ରଖାଯାଇପାରିବ, ଟଙ୍କା ଡେବିଟ୍ ଏବଂ କ୍ରେଡିଟ୍ ହୋଇପାରିବ।
“VPA” – ୟୁନିକ ଭର୍ଚୁଆଲ୍ ପେମେଣ୍ଟ ଆକାଉଣ୍ଟ୍, NPCI ସହିତ ପଞ୍ଜିକୃତ ଯାହା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଲିଙ୍କ୍ ହୋଇପାରିବ।
“UPI ପିନ୍”– ପର୍ସନାଲ ଆଇଡେଣ୍ଟିଫିକେସନ ଯାହା ଗ୍ରାହକଙ୍କ ଆକାଉଣ୍ଟ ଡେବିଟ୍ କରିବା ପାଇଁ ପ୍ରଦାନକାରୀ ବ୍ୟାଙ୍କ୍ ଦ୍ୱାରା ଅଥୋରାଇଜେସନ କ୍ରେଡେନସିଆଲ ଭାବରେ ବ୍ୟବହୃତ ହୁଏ। ଏହା କେବଳ 4-6 ଅଙ୍କ ବିଶିଷ୍ଟ ପିନ୍ ଅଟେ।
ପଞ୍ଜିକରଣ
PhonePe ଆକାଉଣ୍ଟ୍ ଥିବା ପଞ୍ଜିକୃତ ୟୁଜରଙ୍କୁ PhonePe ଆପ୍ ମାଧ୍ୟମରେ PhonePe UPI ଅଫର୍ କରାଯାଉଛି। UPI ହେଉଛି ଏକ ଯୋଗ୍ୟ PhonePe ସେବା ଏବଂ PhonePe UPI ପଞ୍ଜିକରଣ ଓ ଆକ୍ସେସ କରିବାକୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହ ନିଜର ସକ୍ରିୟ ମୋବାଇଲ ନମ୍ବର ଲିଙ୍କ୍ ହେବା ଆବଶ୍ୟକ।
ପଞ୍ଜିକରଣ ପ୍ରକ୍ରିୟା ହେଉଛି ଏକ ଷ୍ଟାଣ୍ଡାର୍ଡ ପ୍ରକ୍ରିୟା ଯାହା UPI ନିର୍ଦ୍ଦେଶାବଳୀ ଅଧୀନରେ NPCI ଦ୍ୱାରା ପରିଭାଷିତ ଓ ନିୟନ୍ତ୍ରିତ ହୁଏ ଏବଂ ଏହା ସମୟ ସମୟରେ ପରିବର୍ତ୍ତନ ହୋଇପାରେ। TPAPର କ୍ଷମତାରେ PhonePe ସମୟ ସମୟରେ NPCI ଦ୍ୱାରା ଅଧିସୂଚିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଦାୟୀ ଅଟେ। ଆପଣ ବୁଝିଛନ୍ତି ଯେ, ପଞ୍ଜିକରଣ ପ୍ରକ୍ରିୟାରେ UPI ପ୍ଲାଟଫର୍ମରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଞ୍ଚ କରିବା, ବୈଧ କରିବା, ପଞ୍ଜିକରଣ ଓ ଲିଙ୍କ୍ କରିବାକୁ ଏବଂ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ଆକାଉଣ୍ଟ ନମ୍ବର (“VPA”) ତିଆରି କରିବାକୁ ଆପଣଙ୍କ ମୋବାଇଲ୍ ନେଟୱର୍କ ଆକ୍ସେସ କରି ଆପଣଙ୍କ ଫୋନ୍ରୁ ଏକ ସ୍ୱତନ୍ତ୍ର SMS ପଠାଯାଇଥାଏ।
PhonePe ଆପଣଙ୍କ VPA ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ଷ୍ଟୋର୍ କରେ ନାହିଁ। ଏହା ବ୍ୟତୀତ, VPAକୁ ଏଗୁଡ଼ିକ ପାଇଁ ବ୍ୟବହାର କରାଯାଇପାରେ:
- ଆପଣଙ୍କ PhonePe ଆପ୍ ମାଧ୍ୟମରେ QR କୋଡ୍ ବ୍ୟବହାର କରି ମର୍ଚାଣ୍ଟ ଲୋକେସନଗୁଡ଼ିକରେ ପେମେଣ୍ଟ କରିପାରିବେ।
- କେତେକ ନିର୍ଦ୍ଦିଷ୍ଟ ମର୍ଚାଣ୍ଟ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କରିପାରିବେ।
- ରେଗୁଲେଟର ଏବଂ ପେମେଣ୍ଟ ସିଷ୍ଟମ ପ୍ରୋଭାଇଡରଙ୍କ ଦ୍ୱାରା ଅନୁମତି ପ୍ରାପ୍ତ PhonePe ସେବାଗୁଡ଼ିକ ପାଇଁ ପେମେଣ୍ଟ କରିପାରିବେ।
UPI ପଞ୍ଜିକରଣ ପ୍ରକ୍ରିୟାର ଏକ ଅଂଶ ଭାବରେ ଆପଣଙ୍କ ଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ସମ୍ବନ୍ଧୀୟ ସୂଚନା ବିବରଣୀ, PSP ବ୍ୟାଙ୍କ୍ ଏବଂ NPCI’ର ସୁରକ୍ଷିତ ଲାଇବ୍ରେରୀରେ ଶେୟାର ହେବ ଓ ଏହାକୁ ପରିଚାଳନା କରାଯିବ ଏବଂ ଏହି ଡାଟା ପରିଚାଳନା କରିବାକୁ PSP ବ୍ୟାଙ୍କ ଏବଂ NPCIକୁ ଶେୟାର ଓ ଅଥୋରାଇଜ କରିବା ପାଇଁ ଆପଣ ସମ୍ମତି ଦେବେ।
ଟ୍ରାଞ୍ଜାକସନ
PhonePe UPIକୁ ବ୍ୟକ୍ତି ରୁ ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କିମ୍ବା ଯେକୌଣସି ମର୍ଚାଣ୍ଟ ପ୍ଲାଟଫର୍ମରେ ଅନଲାଇନ କିମ୍ବା ଅଫଲାଇନରେ ପ୍ରଡକ୍ଟ ଏବଂ ସେବାଗୁଡ଼ିକୁ କ୍ରୟ କରିବା ପାଇଁ ବ୍ୟବହାର କରାଯାଇପାରିବ। ପ୍ରତ୍ୟେକ PhonePe UPI ପେମେଣ୍ଟକୁ ଅଥୋରାଇଜ କରିବା ପାଇଁ ଆପଣଙ୍କ ମୋବାଇଲରେ UPI ପିନ୍ ଦେବାକୁ ହେବ। ଯେକୌଣସି ଟ୍ରାଞ୍ଜାକସନ କରିବା ସମୟରେ ଆପଣ ଇଣ୍ଟରନେଟ ସହ କନେକ୍ଟ ହୋଇଥିବା ସୁନିଶ୍ଚିତ କରିବା ଆବଶ୍ୟକ। ତଥାପି, PhonePe କିମ୍ବା PhonePe ଏଣ୍ଟିଣ୍ଟି ଦ୍ୱାରା ସମସ୍ତ ଟ୍ରାଞ୍ଜାକସନ ପାଇଁ ଏହି ସୁବିଧା ପ୍ରଦାନ କରାଯାଇନପାରେ।
PhonePe ପ୍ଲାଟଫର୍ମରେ PhonePe ସେବାଗୁଡ଼ିକ ପାଇଁ ପେମେଣ୍ଟ କରିବା ସମୟରେ, ଆପଣ PhonePe UPI ବ୍ୟବହାର କରି ପେମେଣ୍ଟ କରିପାରିବେ।
PhonePe UPI ହେଉଛି ବିଭିନ୍ନ ମର୍ଚାଣ୍ଟ ପ୍ଲାଟଫର୍ମରେ ଆପଣଙ୍କ ପାଇଁ ଉପଲବ୍ଧ ପେମେଣ୍ଟ ବିକଳ୍ପ ମଧ୍ୟରୁ ଗୋଟିଏ ଏବଂ PhonePe UPI ବ୍ୟବହାର କରି କ୍ରୟ କରାଯାଇଥିବା ପ୍ରଡକ୍ଟ / ସେବାଗୁଡ଼ିକ ପାଇଁ ଆମେ ଉତ୍ତରଦାୟୀ ନୁହେଁ ଏବଂ ଏହାର କୌଣସି ଦାୟବଦ୍ଧତାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରାଯାଏ।
PhonePe, ୟୁଜର, ପ୍ରଦାନକାରୀ ବ୍ୟାଙ୍କ୍, ପେମେଣ୍ଟ ଅଂଶଗ୍ରହଣକାରୀ କିମ୍ବା ପ୍ରଯୁଜ୍ୟ ଆଇନର ବ୍ୟବସ୍ଥା ଅନୁଯାୟୀ UPI ଟ୍ରାଞ୍ଜାକସନର ସର୍ବନିମ୍ନ ଏବଂ ସର୍ବାଧିକ ଟ୍ରାଞ୍ଜାକସନ ସୀମା ନିର୍ଦ୍ଧାରିତ ହୋଇଥାଏ। ଏହାବ୍ୟତୀତ, PhonePe, ବ୍ୟାଙ୍କ୍ – PSP କିମ୍ବା ଅନ୍ୟ ପେମେଣ୍ଟ ଅଂଶଗ୍ରହଣକାରୀମାନେ ମଧ୍ୟ ସେମାନଙ୍କର ନୀତି ଏବଂ ମୂଲ୍ୟାଙ୍କନ ଆଧାରରେ ଟ୍ରାଞ୍ଜାକସନକୁ (ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ) ରିଜେକ୍ଟ/ସସପେଣ୍ଡ କରିପାରିବେ।
ଆପଣଙ୍କ ଟ୍ରାଞ୍ଜାକସନ ରେକର୍ଡଗୁଡ଼ିକ PhonePe ଆପର “ପୁରୁଣା ଟ୍ରାଞ୍ଜାକସନ” ବିଭାଗ ମଧ୍ୟରେ ସମୀକ୍ଷା କରାଯାଇପାରିବ। ଆପଣଙ୍କୁ ସମସ୍ତ ଟ୍ରାଞ୍ଜାକସନର ସମୀକ୍ଷା କରିବାକୁ ହେବ ଏବଂ ଯଦି ଆପଣ କୌଣସି ତ୍ରୁଟି କିମ୍ବା ଅନଧିକୃତ ଟ୍ରାଞ୍ଜାକସନ ଚିହ୍ନଟ କରନ୍ତି, ତେବେ ଆପଣଙ୍କୁ ଅଧିସୂଚିତ ବିବାଦ ସମାଧାନ ପ୍ରକ୍ରିୟା ଅନୁଯାୟୀ ଏହାକୁ ସୂଚିତ କରିବାକୁ ଅନୁରୋଧ କରାଯାଉଛି।
- ଚାର୍ଜ:
ଆକାଉଣ୍ଟ୍ ତିଆରି କରିବା ପାଇଁ PhonePe ଏହାର ୟୁଜରଙ୍କଠାରୁ କୌଣସି ଚାର୍ଜ ଆଦାୟ କରେ ନାହିଁ, ତଥାପି, ଆମେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ସମୟ ସମୟରେ ଫି’ ନୀତିକୁ ପରିବର୍ତ୍ତନ କରିବାର ଅଧିକାର ସୁରକ୍ଷିତ ରଖିଥାଉ। ଆମେ ଯେକୌଣସି ନୂତନ ସେବା ପାଇଁ ଫି’ ଲାଗୁ କରିବା କିମ୍ବା ପୂର୍ବରୁ ଥିବା ସେବାଗୁଡ଼ିକ ପାଇଁ ଫି’ ସଂଶୋଧନ/ପ୍ରଚଳନ କରିପାରୁ। ଫି'(ଗୁଡ଼ିକ)ରେ ପରିବର୍ତ୍ତନ ଆପଣଙ୍କୁ ୱେବସାଇଟ୍ / ଆପ୍ ମାଧ୍ୟମରେ ଡିସପ୍ଲେ କରାଯିବ ଏବଂ ସେଗୁଡ଼ିକ ପୋଷ୍ଟ ହେବା ପରେ ତୁରନ୍ତ ସ୍ୱତଃ ଲାଗୁ ହେବ। ଅନ୍ୟଥା ନ କହିବା ପର୍ଯ୍ୟନ୍ତ UPI ଇଣ୍ଟରନ୍ୟାସନାଲ ପାଇଁ, ସମସ୍ତ ଫି’ ଭାରତୀୟ ଟଙ୍କାରେ ସ୍ଥିର କରାଯିବ।
UPI ଟ୍ରାନ୍ସଫର ପାଇଁ ଆପଣଙ୍କ ବ୍ୟାଙ୍କ ଆପଣଙ୍କଠାରୁ ସାମାନ୍ୟ ଟ୍ରାଞ୍ଜାକସନ ଫି’ ଆଦାୟ କରିପାରେ- ଦୟାକରି ଏଭଳି କୌଣସି ଚାର୍ଜ ପାଇଁ ଆପଣ ଆପଣଙ୍କ ବ୍ୟାଙ୍କରେ ଯାଞ୍ଚ କରନ୍ତୁ। - ଟ୍ରାଞ୍ଜାକସନ ମନିଟରିଂ:
PhonePe ହାଇ ରିସ୍କ ଟ୍ରାଞ୍ଜାକସନ ଚିହ୍ନଟ କରିବା ଲାଗି PhonePe ଏବଂ PhonePe ସଂସ୍ଥାରେ ଆପଣଙ୍କ କାର୍ଯ୍ୟକଳାପ ଏବଂ ଟ୍ରାଞ୍ଜାକସନର ସମୀକ୍ଷା କରିପାରେ। ଏହି ପ୍ରୟାସରେ ଆମକୁ ସହାୟତା କରିବା ପାଇଁ ଆମେ ତୃତୀୟ ପକ୍ଷ ପ୍ରୋଭାଇଡରମାନଙ୍କୁ ମଧ୍ୟ ନିୟୋଜିତ କରିପାରୁ। ଯଦି ଆପଣଙ୍କ ଦ୍ୱାରା କରାଯାଇଥିବା ଟ୍ରାଞ୍ଜାକସନ କିମ୍ବା ଅନ୍ୟ କୌଣସି କାର୍ଯ୍ୟକଳାପ ସନ୍ଦେହଜନକ କିମ୍ବା ଅସ୍ୱାଭାବିକ ବୋଲି ଆମେ ବିଶ୍ୱାସ କରୁ, ତେବେ ଆମେ PhonePe UPI ସେବାରେ ଆପଣଙ୍କ ଆକ୍ସେସକୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ସସପେଣ୍ଡ କରିପାରୁ।
ରିସ୍କ ମ୍ୟାନେଜମେଣ୍ଟରେ କେବଳ ସୀମିତ ନୁହେଁ, ଜାଲିଆତିର ସନ୍ଦେହ, ବେଆଇନ ଟ୍ରାଞ୍ଜାକସନ, ନିଷିଦ୍ଧ ଦ୍ରବ୍ୟ କ୍ରୟ/ବିକ୍ରି କରିବା, ଆପତ୍ତିଜନକ କିମ୍ବା କଳାତାଲିକାଭୁକ୍ତ କାର୍ଡ କିମ୍ବା UPI ଆକାଉଣ୍ଟର ବ୍ୟବହାର, ଚାର୍ଜବ୍ୟାକ୍/ଅଭିଯୋଗ କିମ୍ବା ପେମେଣ୍ଟ ଅଂଶଗ୍ରହଣକାରୀ ନିୟମରେ ଉଲ୍ଲେଖ ଥିବା ଅନ୍ୟ କାରଣରୁ ମଧ୍ୟ ଆପଣଙ୍କ ଟ୍ରାଞ୍ଜାକସନ ରିଜେକ୍ଟ ହୋଇପାରେ। ଆମେ ଅଧିକ ଅନୁସନ୍ଧାନ କରି ଆପଣଙ୍କର PhonePe ଆକାଉଣ୍ଟକୁ ସସପେଣ୍ଡ କିମ୍ବା ବନ୍ଦ କରିପାରୁ, ଏହା ସହ ଆପଣଙ୍କର ଟ୍ରାଞ୍ଜାକସନ ଏବଂ ଆକାଉଣ୍ଟ୍ ବିବରଣୀକୁ ଆଇନଗତ ପ୍ରବର୍ତ୍ତନ ଏଜେନ୍ସି କିମ୍ବା ଆଇନ ଦ୍ୱାରା ପ୍ରଯୁଜ୍ୟ ବା ବିଜ୍ଞପ୍ତି ଅନୁଯାୟୀ ଅନ୍ୟ ରେଗୁଲେଟୋରୀ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିପାରୁ। - ଏକାଧିକ VPA(ଗୁଡ଼ିକ) ଏବଂ ବ୍ୟାଙ୍କ ଆକାଉଣ୍ଟ(ଗୁଡ଼ିକ):
PhonePe UPIର ଜଣେ ପଞ୍ଜିକୃତ ୟୁଜର ଭାବେ, ଆପଣଙ୍କ ପାଖରେ PhonePe ଆପରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ(ଗୁଡ଼ିକ) ଲିଙ୍କ କରିବାର ବିକଳ୍ପ ରହିବ ଏବଂ ଏହିପରି ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ପାଇଁ VPA(ଗୁଡ଼ିକ) ସକ୍ଷମ ହେବ। ଏପରି କିଛି ପରିସ୍ଥିତି ହୋଇପାରେ, ଯେଉଁଠି ଆପଣଙ୍କ ପାଖରେ ପୂର୍ବରୁ ସକ୍ଷମ ହୋଇଥିବା ଏକ VPAକୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ସହିତ ଆଉଥରେ-ଲିଙ୍କ୍ କରିବାର ବିକଳ୍ପ ରହିଥାଏ ଯାହା ପୂର୍ବରୁ PhonePe ଆପରେ ଆପଣଙ୍କ ଦ୍ୱାରା ଲିଙ୍କ୍ କରାହୋଇଥିଲା। ଏପରି ପରିସ୍ଥିତିରେ, ଆପଣ ରାଜି ହୁଅନ୍ତି ଯେ PhonePe ଆପ୍ ମାଧ୍ୟମରେ ଆପଣଙ୍କୁ ଏ ସମ୍ପର୍କରେ ପୂର୍ବ ସୂଚନା ପ୍ରଦାନ କରି PhonePe ଆପରେ ଆପଣଙ୍କ ଦ୍ୱାରା ଲିଙ୍କ୍ ହୋଇଥିବା ପ୍ରତ୍ୟେକ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରତ୍ୟେକ ୟୁନିକ VPAଗୁଡ଼ିକ ପ୍ରଦାନ କରିବାର ସ୍ୱତନ୍ତ୍ର ଅଧିକାର PhonePe ପାଖରେ ରହିବ। ଏପରି ପରିବର୍ତ୍ତନ ହେବା ପରେ, ଆପଣ PhonePe ଆପରେ ଆପଣଙ୍କ ଆକାଉଣ୍ଟର ‘ପ୍ରୋଫାଇଲ’ ବିଭାଗ ଅଧୀନରେ ଆପଣଙ୍କର ସମସ୍ତ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ(ଗୁଡ଼ିକ) ପାଇଁ ଆପଣଙ୍କର ପ୍ରତ୍ୟେକ ୟୁନିକ VPA(ଗୁଡିକ)ର ବିବରଣୀ ଆକ୍ସେସ କରିବାକୁ ସକ୍ଷମ ହେବେ।
ୟୁଜର ଦାୟିତ୍ୱ ଏବଂ ଆଇନଗତ ବାଧ୍ୟବାଧକତା
ଆପଣ PhonePe UPI ବ୍ୟବହାର କରି ପଞ୍ଜିକରଣ ଏବଂ ଟ୍ରାଞ୍ଜାକସନ କରୁଥିବା ସମୟରେ, ଆପଣଙ୍କୁ ନିମ୍ନଲିଖିତ ପଏଣ୍ଟଗୁଡ଼ିକୁ ସୁନିଶ୍ଚିତ କରିବା ଆବଶ୍ୟକ-
- ଆପଣ ସଠିକ୍ ବ୍ୟାଙ୍କ ଆକାଉଣ୍ଟ୍ ଲିଙ୍କ୍ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ।
- ଯେହେତୁ ଆପଣଙ୍କ ମୋବାଇଲ ନମ୍ବରକୁ ପ୍ରାଥମିକ ପରିଚୟକାରୀ ଭାବରେ ବିବେଚନା କରାଯାଏ, ତେଣୁ କୌଣସି ପରିବର୍ତ୍ତନ ହେଲେ PhonePe ଆପ୍ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ସହ ଆପଣଙ୍କ ମୋବାଇଲ ନମ୍ବର ଅପଡେଟ୍ ହେବା ଆବଶ୍ୟକ।
- ଯଦି ଆପଣ ଆପଣଙ୍କ PhonePe ଆକାଉଣ୍ଟ୍ ସହିତ ପଞ୍ଜିକୃତ ମୋବାଇଲ ନମ୍ବରକୁ ପରିବର୍ତ୍ତନ କରନ୍ତି, ତେବେ ଆପଣଙ୍କୁ PhonePe ସହ ଆପଣଙ୍କର ନୂଆ ମୋବାଇଲ ନମ୍ବରକୁ ପୁଣି ପଞ୍ଜିକରଣ କରିବାକୁ ପଡ଼ିବ। ଏହି ସେବା ପୁଣି-ସକ୍ଷମ କରିବାକୁ, ଆପଣଙ୍କର ନୂଆ ମୋବାଇଲ ନମ୍ବରକୁ ବ୍ୟାଙ୍କରେ ପଞ୍ଜିକରଣ କରିବାକୁ ହେବ।
- OTP, UPI ପିନ୍ ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ସମ୍ବନ୍ଧୀୟ ବିବରଣୀ ଗୋପନୀୟ ରଖିବା ପାଇଁ ଆପଣ ସମ୍ପୂର୍ଣ୍ଣ ଭାବେ ଦାୟୀ। ଏପରି ସୂଚନା ଅନ୍ୟମାନଙ୍କ ସହିତ ଶେୟାର କରିବା ଦ୍ୱାରା ଅନଧିକୃତ ବ୍ୟବହାର ହୋଇପାରେ, ଯାହା ପାଇଁ PhonePe ଦାୟୀ ହେବ ନାହିଁ।
- ଆପଣ PhonePe UPIରେ କରିଥିବା ଏବଂ ଅନୁମୋଦିତ କରୁଥିବା ପେମେଣ୍ଟ ଅନୁରୋଧର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ, ଯେଉଁଥିରେ ହିତାଧିକାରୀ ଯୋଗ କରିବା, VPA ଟାଇପ୍ ଏବଂ ସମୀକ୍ଷା କରିବା ଏବଂ ଉଦ୍ଦିଷ୍ଟ ଗ୍ରହଣକାରୀଙ୍କୁ ଯାଞ୍ଚ କରିବା ଅନ୍ତର୍ଭୁକ୍ତ ଏବଂ ଆମେ ପେମେଣ୍ଟ ପ୍ରକ୍ରିୟାକରଣ ସମୟରେ ଅନୁମୋଦନ ସମେତ ଆପଣ ଦେଉଥିବା ସୂଚନାର ସଠିକତା ଯାଞ୍ଚ କରୁନାହୁଁ।
- ଆପଣ ରାଜି ହୁଅନ୍ତି ଯେ ଯଦି ଆପଣ କୌଣସି ସୂଚନା ପ୍ରଦାନ କରନ୍ତି ଯାହା ଅସତ୍ୟ ଅଟେ, ଭୁଲ୍ ଅଟେ, ସର୍ବସମ୍ମତ ନୁହେଁ କିମ୍ବା ଅସମ୍ପୂର୍ଣ୍ଣ କିମ୍ବା ଏହି ବ୍ୟବହାରର ସର୍ତ୍ତାବଳୀ ଅନୁଯାୟୀ ଏପରି ସୂଚନା ଅସତ୍ୟ ଅଟେ, ଭୁଲ୍ ଅଟେ, ସର୍ବସମ୍ମତ ନୁହେଁ କିମ୍ବା ଅସମ୍ପୂର୍ଣ୍ଣ ବୋଲି ସନ୍ଦେହ କରିବାକୁ ଆମର ଯୁକ୍ତିଯୁକ୍ତ ଆଧାର ଅଛି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟର ଆକ୍ସେସକୁ ସସପେଣ୍ଡ ଅବା ବନ୍ଦ ଅବା ବ୍ଲକ କରିବାର ଅଧିକାର ଆମ ପାଖରେ ରହିବ।
- ଆମେ ସୁନିଶ୍ଚିତ କରିବୁ ଯେ ଆପଣଙ୍କ ଟ୍ରାଞ୍ଜାକସନ, ବ୍ୟାଙ୍କ୍ ଆକାଉଣ୍ଟ୍ ବିବରଣୀ ଏବଂ ଅନ୍ୟ ସମସ୍ତ ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ସମ୍ବନ୍ଧୀୟ ଆପଣଙ୍କର ସମସ୍ତ ଗୋପନୀୟ ଡାଟା ସୁରକ୍ଷିତ ଏବଂ ସର୍ବୋତ୍ତମ ଉପଲବ୍ଧ ସୁରକ୍ଷା ଷ୍ଟାଣ୍ଡାର୍ଡ୍ ବ୍ୟବହାର କରି ଗୋପନୀୟ ରଖାଯାଇଛି, ଯାହା ଆମର ଗୋପନୀୟତା ନୀତିରେ ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଧାରିତ ହୋଇଛି।
- ଆପଣ ରାଜି ହୁଅନ୍ତି ଯେ ଆପଣଙ୍କ ଦ୍ୱାରା ଫଣ୍ଡ ଟ୍ରାନ୍ସଫର କାର୍ଯ୍ୟକାରୀ କରିବାରେ ତ୍ରୁଟି କାରଣରୁ ଫଣ୍ଡ ଟ୍ରାନ୍ସଫର ସମ୍ପୂର୍ଣ୍ଣ ହେବାରେ କୌଣସି ବିଳମ୍ବ କିମ୍ବା କୌଣସି କ୍ଷତି ପାଇଁ PhonePe UPI, PSP କିମ୍ବା UPI ପେମେଣ୍ଟ ସିଷ୍ଟମର ଅନ୍ୟ କୌଣସି ସିଷ୍ଟମ ଅଂଶଗ୍ରହଣକାରୀ ଦାୟୀ ରହିବେ ନାହିଁ।
- ଆପଣଙ୍କ ଇସ୍ୟୁଅର ବ୍ୟାଙ୍କ୍ ଦ୍ୱାରା କୌଣସି ଟ୍ରାଞ୍ଜାକସନ କମ୍ ହେବା ଏବଂ ଅନ୍ୟ କିଛି ଚାର୍ଜକୁ ଏଡ଼ାଇବା ପାଇଁ PhonePe UPI ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ (ଗୁଡ଼ିକ)ରେ ପର୍ଯ୍ୟାପ୍ତ ଫଣ୍ଡ ଉପଲବ୍ଧ ରଖିବାକୁ ସୁନିଶ୍ଚିତ କରିବା ଆବଶ୍ୟକ।
- ଆପଣ ରାଜି ହୁଅନ୍ତି ଏବଂ ବୁଝନ୍ତି ଯେ ‘PhonePe’ ଆପଣଙ୍କୁ NPCI ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମ୍ୟାପର(ଗୁଡ଼ିକ) ଯେପରିକି ‘ନ୍ୟୁମେରିକ UPI ଆଇଡି ମ୍ୟାପର‘ ଉପରେ ଏକ ନିର୍ଦ୍ଧାରିତ ‘UPI ନମ୍ବର’ (ଯାହା ଡିଫଲ୍ଟ ଭାବରେ ଆପଣଙ୍କ ମୋବାଇଲ ନମ୍ବର ହେବ) ବ୍ୟବହାର କରି ଫଣ୍ଡ ପଠାଇବା କିମ୍ବା ଗ୍ରହଣ କରିବା ପାଇଁ ସକ୍ଷମ କରିବ ଏବଂ ଆପଣ ରାଜି ହୁଅନ୍ତି ଏବଂ ସମ୍ମତି ପ୍ରକାଶ କରନ୍ତି ଯେ ଏପରି ଅନବୋର୍ଡିଂ NPCIର ନିର୍ଦ୍ଦିଷ୍ଟ ଏବଂ ଅନୁମୋଦିତ ଷ୍ଟ୍ରକଚର୍ ମଧ୍ୟରେ ଆପଣଙ୍କ ତରଫରୁ PhonePe ଦ୍ୱାରା କରାଯିବ। ଏହି ପ୍ରକ୍ରିୟା NPCIର ନିର୍ଦ୍ଦେଶାବଳୀ ଅନୁସାରେ ହେବ ଏବଂ NPCI ସହିତ ଆପଣଙ୍କ UPI ବିବରଣୀ (UPI ସେବା ପ୍ରଦାନ କରିବା ପାଇଁ PhonePe ଦ୍ୱାରା ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ)କୁ ଶେୟାର କରିବା ଏବଂ ଡିଫଲ୍ଟ ବ୍ୟାଙ୍କ୍ ଆକାଉଣ୍ଟ୍/ VPAକୁ ଆପଣଙ୍କ ‘UPI ନମ୍ବର’କୁ ଲିଙ୍କ୍ କରାଯିବା ଏଥିରେ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ। ଏହା ଦ୍ୱାରା ଆପଣ ନିଜ UPI ନମ୍ବରରେ ପେମେଣ୍ଟ ଗ୍ରହଣ କରିପାରିବେ। PhonePe ଆପଣଙ୍କୁ PhonePe ମୋବାଇଲ ଆପ୍ଲିକେସନରେ ପ୍ରୋସେସ ହୋଇଥିବା UPI ନମ୍ବରର ଡିଫଲ୍ଟ ମ୍ୟାପିଂକୁ ଡି-ଲିଙ୍କ୍ କରିବାର ବିକଳ୍ପ ପ୍ରଦାନ କରିବ। PhonePeରେ ପଞ୍ଜିକୃତ ହୋଇଥିବା ଅନ୍ୟ ୟୁଜରଙ୍କଠାରୁ ଫଣ୍ଡ ଗ୍ରହଣ କରିବାକୁ ଆପଣ ରାଜି ହୁଅନ୍ତି ଏବଂ PhonePe NPCI ମ୍ୟାପର ସହିତ ଯାଞ୍ଚ ନକରି ଆପଣଙ୍କ ଲିଙ୍କ୍ ହୋଇଥିବା ଡିଫଲ୍ଟ ବ୍ୟାଙ୍କ ଆକାଉଣ୍ଟରେ ଏଭଳି ଟ୍ରାଞ୍ଜାକସନ ପ୍ରୋସେସ କରିବା ନେଇ ଆପଣ ସମ୍ମତ ଅଟନ୍ତି।
UPI ଅଂଶଗ୍ରହଣକାରୀଙ୍କ ଭୂମିକା ଏବଂ ଦାୟିତ୍ୱ
- NPCI:
- NPCI ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ପ୍ଲାଟଫର୍ମର ମାଲିକ ଅଟେ ଏବଂ ଏହାକୁ ପରିଚାଳନା କରେ।
- UPI ସମ୍ବନ୍ଧରେ ନିୟମ, ନିୟମାବଳୀ, ନିର୍ଦ୍ଦେଶାବଳୀ ଏବଂ ଅଂଶଗ୍ରହଣକାରୀଙ୍କ ଭୂମିକା, ଦାୟିତ୍ୱ ଏବଂ ଦାୟବଦ୍ଧତା ବିଷୟରେ NPCI ବର୍ଣ୍ଣନା କରେ। ଏଥିରେ ଟ୍ରାଞ୍ଜାକସନ ପ୍ରୋସେସିଂ ଏବଂ ସେଟଲମେଣ୍ଟ, ବିବାଦ ପରିଚାଳନା ଏବଂ ସେଟଲମେଣ୍ଟ ପାଇଁ କଟ୍ ଅଫ୍ କ୍ଲିୟରିଂ ମଧ୍ୟ ଅନ୍ତର୍ଭୁକ୍ତ ଥାଏ।
- UPIରେ ଇସ୍ୟୁଅର ବ୍ୟାଙ୍କ୍, PSP ବ୍ୟାଙ୍କ୍, ତୃତୀୟ ପକ୍ଷ ଆପ୍ଲିକେସନ ପ୍ରୋଭାଇଡର (TPAP) ଏବଂ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ଇସ୍ୟୁଅର (PPIs)ର ଅଂଶଗ୍ରହଣକୁ NPCI ଅନୁମୋଦନ କରେ।
- NPCI ଏକ ନିରାପଦ, ସୁରକ୍ଷିତ ଏବଂ ଦକ୍ଷ UPI ସିଷ୍ଟମ ଏବଂ ନେଟୱର୍କ ପ୍ରଦାନ କରେ।
- UPIରେ ଅଂଶଗ୍ରହଣ କରୁଥିବା ସଦସ୍ୟମାନଙ୍କୁ NPCI ଅନଲାଇନ ଟ୍ରାଞ୍ଜାକସନ ରୁଟିଂ, ପ୍ରୋସେସିଂ ଏବଂ ସେଟଲମେଣ୍ଟ ସେବା ପ୍ରଦାନ କରେ।
- NPCI ସିଧାସଳଖ କିମ୍ବା ତୃତୀୟ ପକ୍ଷ ମାଧ୍ୟମରେ UPI ଅଂଶଗ୍ରହଣକାରୀଙ୍କ ଉପରେ ଏକ ଅଡିଟ୍ କରିପାରିବ ଏବଂ UPIରେ ସେମାନଙ୍କ ଅଂଶଗ୍ରହଣ ସମ୍ବନ୍ଧରେ ଡାଟା, ସୂଚନା ଏବଂ ରେକର୍ଡ ମଗାଇ ପାରିବ।
- UPIରେ ଅଂଶଗ୍ରହଣ କରୁଥିବା ବ୍ୟାଙ୍କଗୁଡ଼ିକୁ NPCI ସିଷ୍ଟମ ଆକ୍ସେସ ପ୍ରଦାନ କରେ ଯେଉଁଠାରେ ସେମାନେ ରିପୋର୍ଟ ଡାଉନଲୋଡ କରିପାରିବେ, ଚାର୍ଜବ୍ୟାକ୍ ଉଠାଇପାରିବେ, UPI ଟ୍ରାଞ୍ଜାକସନର ସ୍ଥିତିକୁ ଅପଡେଟ୍ କରିପାରିବେ।
- PSP ବ୍ୟାଙ୍କ୍
- PSP ବ୍ୟାଙ୍କ୍ UPIର ଏକ ସଦସ୍ୟ ଏବଂ UPI ପେମେଣ୍ଟ ସୁବିଧାର ଲାଭ ଉଠାଇବା ଏବଂ TPAPକୁ ସମାନ ସୁବିଧା ଯୋଗାଇବା ପାଇଁ UPI ପ୍ଲାଟଫର୍ମ ସହିତ କନେକ୍ଟ କରେ ଯାହା ଏଣ୍ଡ ୟୁଜର୍ ଗ୍ରାହକ / ମର୍ଚାଣ୍ଟମାନଙ୍କୁ UPI ପେମେଣ୍ଟ କରିବା ଏବଂ ଗ୍ରହଣ କରିବାକୁ ସକ୍ଷମ କରିଥାଏ।
- PSP ବ୍ୟାଙ୍କ୍, ନିଜସ୍ୱ ଆପ୍ କିମ୍ବା TPAPର ଆପ୍ ମାଧ୍ୟମରେ, ଏଣ୍ଡ ୟୁଜର ଗ୍ରାହକଙ୍କୁ UPIରେ ଅନ୍-ବୋର୍ଡ ଏବଂ ପଞ୍ଜିକୃତ କରେ ଏବଂ ସେମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟକୁ ସେମାନଙ୍କର UPI ଆଇଡି ସହିତ ଲିଙ୍କ୍ କରେ।
- PSP ବ୍ୟାଙ୍କ୍ ଏହିପରି ଗ୍ରାହକଙ୍କ ପଞ୍ଜିକରଣ ସମୟରେ ନିଜ ଆପ୍ କିମ୍ବା TPAPର ଆପ୍ ମାଧ୍ୟମରେ ଏଣ୍ଡ ୟୁଜର ଗ୍ରାହକଙ୍କ ପ୍ରମାଣୀକରଣ ପାଇଁ ଦାୟୀ ଅଟେ।
- PSP ବ୍ୟାଙ୍କ ଏଣ୍ଡ ୟୁଜର୍ ଗ୍ରାହକଙ୍କୁ TPAPର UPI ଆପ୍ ଉପଲବ୍ଧ କରାଇବା ପାଇଁ TPAPs ନିୟୋଜିତ କରେ ଏବଂ ଅନ୍-ବୋର୍ଡ କରେ।
- PSP ବ୍ୟାଙ୍କ୍ ସୁନିଶ୍ଚିତ କରିବାକୁ ହେବ ଯେ TPAP ଏବଂ ଏହାର ସିଷ୍ଟମଗୁଡ଼ିକ UPI ପ୍ଲାଟଫର୍ମରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସୁରକ୍ଷିତ।
- PSP ବ୍ୟାଙ୍କ୍ ସୁନିଶ୍ଚିତ କରେ ଯେ UPI ଆପ୍ ଏବଂ TPAPର ସିଷ୍ଟମଗୁଡ଼ିକ UPI ଟ୍ରାଞ୍ଜାକସନ ଡାଟା ତଥା UPI ଆପ୍ ସୁରକ୍ଷା ସହିତ ଏଣ୍ଡ ଯୁଜର ଗ୍ରାହକଙ୍କ ଡାଟା ଏବଂ ସୂଚନାର ଇଣ୍ଟିଗ୍ରିଟିକୁ ସୁରକ୍ଷିତ ରଖିବା ପାଇଁ ଅଡିଟ୍ କରେ।
- PSP ବ୍ୟାଙ୍କକୁ କେବଳ ଭାରତରେ UPI ଟ୍ରାଞ୍ଜାକସନକୁ ସହଜ କରିବା ଉଦ୍ଦେଶ୍ୟରେ ସଂଗୃହିତ UPI ଟ୍ରାଞ୍ଜାକସନ ଡାଟା ସହିତ ସମସ୍ତ ପେମେଣ୍ଟ ଡାଟାଗୁଡ଼ିକୁ ସଂରକ୍ଷଣ କରିବାକୁ ହେବ।
- ସମସ୍ତ UPI ଗ୍ରାହକଙ୍କୁ UPI ପ୍ଲାଟଫର୍ମରେ ଉପଲବ୍ଧ ଥିବା ବ୍ୟାଙ୍କ୍ ତାଲିକାରୁ ଯେକୌଣସି ବ୍ୟାଙ୍କ୍ ଆକାଉଣ୍ଟ୍ ଚୟନ କରି ଗ୍ରାହକଙ୍କ UPI ଆଇଡି ସହିତ ଲିଙ୍କ୍ କରିବାକୁ PSP ବ୍ୟାଙ୍କ୍ ଏକ ବିକଳ୍ପ ଦିଏ।
- PSP ବ୍ୟାଙ୍କ୍ ଏକ ଅଭିଯୋଗ ସମାଧାନ ପ୍ରକ୍ରିୟା ମାଧ୍ୟମରେ ଏଣ୍ଡ ୟୁଜର୍ ଗ୍ରାହକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଏବଂ ବିବାଦର ସମାଧାନ କରିଥାଏ।
- PhonePe (TPAP)
- PhonePe ଏକ ସର୍ଭିସ ପ୍ରୋଭାଇଡର ଏବଂ PSP ବ୍ୟାଙ୍କ୍ ମାଧ୍ୟମରେ UPIରେ ଅଂଶଗ୍ରହଣ କରେ।
- UPIରେ TPAPର ଅଂଶଗ୍ରହଣ ସମ୍ବନ୍ଧରେ PSP ବ୍ୟାଙ୍କ୍ ଏବଂ NPCI ଦ୍ୱାରା ନିର୍ଦ୍ଧାରିତ ସମସ୍ତ ଆବଶ୍ୟକତାକୁ PhonePe ପାଳନ କରିଥାଏ।
- UPI ପ୍ଲାଟଫର୍ମରେ କାର୍ଯ୍ୟ କରିବା ପାଇଁ ଏହାର ସିଷ୍ଟମଗୁଡ଼ିକ ଯଥେଷ୍ଟ ସୁରକ୍ଷିତ ବୋଲି PhonePe ନିଶ୍ଚିତ କରିଥାଏ।
- UPI ପ୍ଲାଟଫର୍ମରେ UPI ଏବଂ PhonePe ଅଂଶଗ୍ରହଣ ସମ୍ବନ୍ଧୀୟ କୌଣସି ବିଧିସମ୍ମତ କିମ୍ବା ରେଗୁଲଟୋରୀ କର୍ତ୍ତୃପକ୍ଷ ଦ୍ୱାରା ନିର୍ଦ୍ଧାରିତ ଏବଂ ଏ ସଂକ୍ରାନ୍ତରେ NPCI ଦ୍ୱାରା ଜାରି କରାଯାଇଥିବା ସମସ୍ତ ସର୍କୁଲାର ଓ ନିର୍ଦ୍ଦେଶାବଳୀ ସମେତ ସମସ୍ତ ପ୍ରଯୁଜ୍ୟ ଆଇନ, ନିୟମ, ନିୟମାବଳୀ ଏବଂ ନିର୍ଦ୍ଦେଶାବଳୀ ଇତ୍ୟାଦିକୁ ପାଳନ କରିବା ପାଇଁ PhonePe ଦାୟୀ ଅଟେ।
- କେବଳ ଭାରତରେ UPI ଟ୍ରାଞ୍ଜାକସନକୁ ସହଜ କରିବା ଉଦ୍ଦେଶ୍ୟରେ TPAP ଦ୍ୱାରା ସଂଗୃହିତ UPI ଟ୍ରାଞ୍ଜାକସନ ଡାଟା ସହିତ PhonePe ସମସ୍ତ ଡାଟାକୁ ଷ୍ଟୋର କରିବ।
- RBI, NPCI ଏବଂ RBI/ NPCI ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିମାନେ UPI ସମ୍ବନ୍ଧୀୟ PhonePeର ଡାଟା, ସୂଚନା, ସିଷ୍ଟମକୁ ଆକ୍ସେସ କରିବା ପାଇଁ PhonePe ଦାୟୀ ଅଟେ ଏବଂ ଆବଶ୍ୟକ ସମୟରେ RBI ଓ NPCI, PhonePeର ଅଡିଟ କରିଥାନ୍ତି।
- PhonePe ଏଣ୍ଡ ୟୁଜର ଗ୍ରାହକଙ୍କୁ PhonePe ଆପ୍ କିମ୍ବା ୱେବସାଇଟ ଏବଂ PhonePe ଦ୍ୱାରା ଉପଯୁକ୍ତ ବିବେଚନା କରାଯାଉଥିବା ଅନ୍ୟ ଚ୍ୟାନେଲ୍ ଯଥା ଇମେଲ୍, ମେସେଜିଂ ପ୍ଲାଟଫର୍ମ, IVR ଇତ୍ୟାଦି ମାଧ୍ୟମରେ ଉପଲବ୍ଧ PhonePeର ଅଭିଯୋଗ ସମାଧାନ ସୁବିଧା ମାଧ୍ୟମରେ ଅଭିଯୋଗ କରିବାର ବିକଳ୍ପ ପ୍ରଦାନ କରେ।
UPI ଇଣ୍ଟରନ୍ୟାସନାଲ
ଯେଉଁଠି ସମ୍ଭବ ଏବଂ ନିର୍ଦ୍ଦିଷ୍ଟ ଲୋକେସନରେ, UPI ପେମେଣ୍ଟ ସୁବିଧା ଥିବା ଦେଶରେ ମର୍ଚାଣ୍ଟମାନଙ୍କୁ ପେମେଣ୍ଟ କରିବା ପାଇଁ ବିଦେଶ ଯାତ୍ରା କରୁଥିବା ୟୁଜରମାନେ UPI ଇଣ୍ଟରନ୍ୟାସନାଲ ଫିଚରକୁ ବ୍ୟବହାର କରିବାକୁ ସକ୍ଷମ ହେବେ। UPI ମର୍ଚାଣ୍ଟ ଟ୍ରାଞ୍ଜାକସନ ସାଧାରଣ ପେମେଣ୍ଟ କରିବା ପରି ହୋଇଥାଏ ଯେଉଁଠାରେ ଜଣେ ୟୁଜର ଏକ QR (UPI ଗ୍ଲୋବାଲ QR , ଲୋକାଲ୍ QR, ଷ୍ଟାଟିକ କିମ୍ବା ଡାଇନାମିକ QR, ଯେପରି ହୋଇପାରେ) ସ୍କାନ୍ କରନ୍ତି କିମ୍ବା ଏକ ସଂଗ୍ରହ ପାଇଁ ଅନୁରୋଧ କରନ୍ତି, ଆମାଉଣ୍ଟ ଲେଖନ୍ତି ଏବଂ ଏହାକୁ UPI ପିନ୍ ସହିତ ଅନୁମୋଦିତ କରନ୍ତି।
ଏହି ଫିଚରକୁ ବ୍ୟବହାର କରିବା ପାଇଁ ୟୁଜରଙ୍କୁ UPI ପିନ୍ ଜରିଆରେ ନିଜର ଇଣ୍ଟରନ୍ୟାସନାଲ ପେମେଣ୍ଟକୁ ଆକ୍ଟିଭେଟ୍ କରିବାକୁ ହେବ। ଆକ୍ଟିଭେସନ ଯେକୌଣସି ସ୍ଥାନରୁ ଅର୍ଥାତ୍ ଭାରତ ଭିତରେ କିମ୍ବା ଭାରତ ବାହାରୁ ମଧ୍ୟ କରାଯାଇପାରିବ। ଯଦି ୟୁଜର ଆକ୍ଟିଭେସନ ପୂର୍ବରୁ ଏକ ଇଣ୍ଟରନ୍ୟାସନାଲ QR ସ୍କାନ୍ କରନ୍ତି, ତେବେ ସେମାନଙ୍କୁ ପ୍ରଥମେ UPI ଇଣ୍ଟରନ୍ୟାସନାଲ ଆକ୍ଟିଭେସନ ସମ୍ପୂର୍ଣ୍ଣ କରିବାକୁ ଏବଂ ତା’ପରେ ସେମାନଙ୍କର ପେମେଣ୍ଟ ସମ୍ପୂର୍ଣ୍ଣ କରିବାକୁ କୁହାଯିବ। ୟୁଜରଙ୍କ ଅନୁରୋଧ ଆଧାରରେ, UPI ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ପାଇଁ ୟୁଜରଙ୍କ ଦ୍ୱାରା ଚୟନ କରାଯାଇଥିବା ବ୍ୟାଙ୍କ୍ ଆକାଉଣ୍ଟକୁ PhonePe ଆକ୍ଟିଭେଟ୍ କରିବ। ଯେଉଁ ସମସ୍ତ ୟୁଜରଙ୍କ ପାଇଁ UPI ଇଣ୍ଟରନ୍ୟାସନାଲ ଆକ୍ଟିଭେଟ୍ ହୋଇଛି, ସେମାନଙ୍କ ପାଇଁ ଏଭଳି ଆକ୍ଟିଭେସନ କେବଳ 3 ମାସ ପର୍ଯ୍ୟନ୍ତ ରହିବ ଅର୍ଥାତ୍, ଡିଫଲ୍ଟ ଭାବରେ 3 ମାସର ଅବଧି ଶେଷ ହେବା ପରେ ଆକ୍ଟିଭେସନ ଅକ୍ଷମ ହେବ। ତଥାପି ୟୁଜର UPI ପିନ୍ ପ୍ରମାଣୀକରଣ ପ୍ରକ୍ରିୟା ଜରିଆରେ 3 ମାସ ଶେଷ ହେବା ପୂର୍ବରୁ PhonePe ଆପରେ ନିଜ ସେଟିଂସରେ ଥିବା ଏହି ଫିଚରକୁ ଡିଆକ୍ଟିଭେଟ୍ କରିପାରିବେ।
ସମସ୍ତ UPI ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ପାଇଁ ଯେଉଁଠାରେ ଟ୍ରାଞ୍ଜାକସନ ହେଉଛି ସେହି ଦେଶର ସ୍ଥାନୀୟ ମୁଦ୍ରାରେ ଆମାଉଣ୍ଟ ଲେଖାଯିବ। ରିୟଲ ଟାଇମରେ, ବୈଦେଶିକ ମୁଦ୍ରା ଦର ଏବଂ ମାର୍କ ଅପ୍ ଆଧାରରେ ଭାରତୀୟ ଟଙ୍କାରେ ମଧ୍ୟ ଏହି ଆମାଉଣ୍ଟ ଦେଖାଯିବ। ପୁରୁଣା ଟ୍ରାଞ୍ଜାକସନ ପ୍ରତ୍ୟେକ ଟ୍ରାଞ୍ଜାକସନର ପେମେଣ୍ଟ ବିବରଣୀ ସହିତ UPI ଇଣ୍ଟରନ୍ୟାସନାଲ ପେମେଣ୍ଟକୁ ଚିହ୍ନଟ କରିବ। UPI ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ପାଇଁ ଆପଣଙ୍କ ବ୍ୟାଙ୍କ ଦ୍ୱାରା ଆଦାୟ କରାଯାଉଥିବା ପୋସେସିଂ ଫି’ ସମେତ ପ୍ରଯୁଜ୍ୟ ସମସ୍ତ ଚାର୍ଜ ପାଇଁ ଆପଣ ସମ୍ମତ ଅଟନ୍ତି। ଆପଣ ଏହା ମଧ୍ୟ ବୁଝିଛନ୍ତି ଏବଂ ରାଜି ହୁଅନ୍ତି ଯେ ଟ୍ରାଞ୍ଜାକସନ ସମୟରେ ମୁଦ୍ରା ହାରରେ ଅସ୍ଥିରତା ଯୋଗୁଁ ଟ୍ରାଞ୍ଜାକସନ ଆରମ୍ଭ ସମୟରେ ପ୍ରଦର୍ଶିତ ହୋଇଥିବା ଚାର୍ଜ ଟ୍ରାଞ୍ଜାକସନ ଶେଷରେ ବଦଳିପାରେ ଏବଂ ଆପଣଙ୍କଠାରୁ ଡାଇନାମିକ ଚାର୍ଜ ଆଦାୟ କରାଯାଇପାରେ।
NRE/NRO ଲିଙ୍କ୍ ଥିବା UPI
ନନ୍-ରେସିଡେଣ୍ଟ ଇଣ୍ଡିଆନ(NRI) ୟୁଜର ଭାରତର ବ୍ୟାଙ୍କ ଅଧିନରେ ଥିବା ନନ୍-ରେସିଡେଣ୍ଟ ଏକ୍ସଟର୍ନାଲ (NRE)/ ନନ୍-ରେସିଡେଣ୍ଟ ଅର୍ଡିନାରି (NRO) ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ସେମାନଙ୍କ ଅଣ-ଭାରତୀୟ ମୋବାଇଲ ନମ୍ବର ମାଧ୍ୟମରେ ରେଜିଷ୍ଟର କରି PhonePe ଆପ୍/PhonePe ପ୍ଲାଟଫର୍ମ ବ୍ୟବହାର/ଆକ୍ସେସ କରିପାରିବେ। NRI ୟୁଜରଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସେମାନଙ୍କ ଭାରତୀୟ NRE/NRO ଆକାଉଣ୍ଟ ଭାରତରେ ଲାଗୁ ଆଇନ-କାନୁନ ଅନୁଯାୟୀ ରଖା ହୋଇଛି ଏବଂ ସେମାନେ ନିଜର KYC କୁ ସବୁବେଳେ ଅପଡେଟ ରଖିବେ। ବ୍ୟକ୍ତିଗତ ଏବଂ ପେମେଣ୍ଟ ଡାଟା ସହ NRI ୟୁଜରଙ୍କ ସମସ୍ତ ଡାଟା/ ସୂଚନା ଭାରତର ପ୍ରଯୁଜ୍ୟ ନିୟମ ଅନୁଯାୟୀ ଷ୍ଟୋର, ଆକ୍ସେସ ଏବଂ ପ୍ରକ୍ରିୟା କରାଯିବ।
UPI Lite
ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (“RBI”) ଏବଂ/କିମ୍ବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (“NPCI”) ଦ୍ୱାରା ସମୟ ସମୟରେ ଜାରି କରାଯାଇଥିବା ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆପଣଙ୍କୁ PhonePe ଆପରେ ‘UPI Lite’ ସୁବିଧା ଉପଲବ୍ଧ କରିପାରୁ। UPI Lite ହେଉଛି NPCI ଦ୍ୱାରା ସକ୍ଷମ କରାଯାଇଥିବା କମ୍ ମୂଲ୍ୟର ଟ୍ରାଞ୍ଜାକସନ ପାଇଁ ଏକ ‘ଅନ୍-ଡିଭାଇସ୍ ୱାଲେଟ୍’। ସମସ୍ତ ବ୍ୟାଙ୍କ୍ UPI Liteକୁ ସକ୍ଷମ/ସପୋର୍ଟ କରିପାରନ୍ତି ନାହିଁ। ଆପଣ କେବଳ ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟ୍ ସକ୍ଷମ କରିବାକୁ ସମର୍ଥ ହେବେ ଯାହା UPI Lite (ଏହା ପରଠାରୁ “UPI Lite ସୁବିଧା” ଭାବରେ ପରିଚିତ) ପାଇଁ ଆପଣଙ୍କ PhonePe ଆପରେ ଲିଙ୍କ୍ ହୋଇଛି।
UPI Lite ସୁବିଧା ସକ୍ଷମ କରିବା ପାଇଁ, ଆପଣଙ୍କୁ PhonePe ଆପରେ ନିର୍ଦ୍ଦିଷ୍ଟ ବିଭାଗ ଉପରେ କ୍ଲିକ୍ / ଟାପ୍ କରିବାକୁ ହେବ ଏବଂ UPI Lite ସୁବିଧାରେ ଫଣ୍ଡ୍ ଯୋଗ କରିବାକୁ ହେବ। PhonePe ଆପରେ ନିର୍ଦ୍ଦିଷ୍ଟ ବିଭାଗ ଉପରେ କ୍ଲିକ୍ /ଟାପ୍ କରି, ଆପଣ UPI Lite ସୁବିଧା ସକ୍ଷମ କରିବାକୁ ଆପଣ ସମ୍ମତି ପ୍ରଦାନ କରନ୍ତି। କେବଳ UPI ପିନ୍ ବ୍ୟବହାର କରି PhonePe ଆପରେ UPI Lite ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଜରିଆରେ ଏହି ଫଣ୍ଡ ଯୋଗ କରାଯାଇପାରିବ। PhonePe ଆପରେ UPI Lite ସୁବିଧା ମାଧ୍ୟମରେ ଆପଣ ପ୍ରତ୍ୟେକ ଟ୍ରାଞ୍ଜାକସନର ସ୍ଥିତିକୁ ଟ୍ରାକ୍ କରିବା ପାଇଁ ସମର୍ଥ ହେବେ। UPI Liteରେ ଯୋଗ କରାଯାଇଥିବା ଆମାଉଣ୍ଟ ସୁଧ ବିହୀନ ହେବ। UPI Lite ସୁବିଧା ମାଧ୍ୟମରେ ପେମେଣ୍ଟ କରିବା ପାଇଁ, ଆପଣଙ୍କୁ UPI ପିନ୍ ଦେବାକୁ ପଡ଼ିବ ନାହିଁ। ତେବେ UPI Lite ସୁବିଧା ଜରିଆରେ ଟ୍ରାଞ୍ଜାକସନ କରିବାରେ କିଛି ସୀମା ଲାଗୁ ହୋଇଛି। ପ୍ରଯୁଜ୍ୟ ଟ୍ରାଞ୍ଜାକସନ ସୀମା ନିମ୍ନରେ ଦିଆଯାଇଛି:
- UPI Lite ସୁବିଧା ବ୍ୟବହାର କରି ପ୍ରତ୍ୟେକ ଟ୍ରାଞ୍ଜାକସନ ସର୍ବାଧିକ ₹500 ମଧ୍ୟରେ ସୀମିତ ରହିବ।
- ଗୋଟିଏ ଦିନରେ UPI Lite ସୁବିଧା ବ୍ୟବହାର କରି ସମସ୍ତ ଟ୍ରାଞ୍ଜାକସନର ସମୁଦାୟ ମୂଲ୍ୟ ସର୍ବାଧିକ ₹4000 ରେ ସୀମିତ ରହିବ।
- UPI Lite ସୁବିଧାରେ ଗୋଟିଏ ସମୟରେ ସର୍ବାଧିକ ବାଲାନ୍ସ ₹2000 ରେ ସୀମିତ ରହିବ।
ଉପରୋକ୍ତ ଟ୍ରାଞ୍ଜାକସନ ସୀମାକୁ ବିନା କୌଣସି ଆଗୁଆ ବିଜ୍ଞପ୍ତିରେ ସଂଶୋଧନ କରାଯାଇପାରେ।
ଆପଣଙ୍କ ମୋବାଇଲ ଡିଭାଇସ ବଦଳାଇବା ପୂର୍ବରୁ, ଆପଣ PhonePe ଆପରେ ଦିଆଯାଇଥିବା ଷ୍ଟେପ ଅନୁଯାୟୀ ସେହି ମୋବାଇଲ ଡିଭାଇସରୁ UPI Lite ସୁବିଧା ଅକ୍ଷମ କରିବା ଏବଂ ଆପଣଙ୍କ UPI Lite ସୁବିଧାରେ ଉପଲବ୍ଧ ବାଲାନ୍ସ ଫଣ୍ଡକୁ ଆପଣଙ୍କ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଆବଶ୍ୟକ। ଯଦି ଆପଣ ପୁରୁଣା ମୋବାଇଲ ଡିଭାଇସରୁ UPI Lite ସୁବିଧା ଅକ୍ଷମ କରିବାରେ ବିଫଳ ହୁଅନ୍ତି, ତେବେ ଆପଣ UPI Lite ସୁବିଧାରେ ଉପଲବ୍ଧ ବାଲାନ୍ସକୁ ଆପଣଙ୍କ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପାଇଁ ଆପଣଙ୍କ ଇସ୍ୟୁଅର ବ୍ୟାଙ୍କ ସହ ଯୋଗାଯୋଗ କରିପାରିବେ। ଏଥିପାଇଁ PhonePe ଦାୟୀ ରହିବ ନାହିଁ।
PhonePe ଆପରେ ନିର୍ଦ୍ଧାରିତ ପଦକ୍ଷେପ/ପ୍ରକ୍ରିୟା ଅନୁସରଣ କରି ଯେକୌଣସି ସମୟରେ, UPI Lite ସୁବିଧାକୁ ଅକ୍ଷମ କରିବାର ଅଧିକାର ଆପଣଙ୍କୁ ମିଳିବ। UPI Lite ସୁବିଧା ଅକ୍ଷମ ହେବା ପରେ, ଆପଣଙ୍କ ବାଲାନ୍ସ ଫଣ୍ଡ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟକୁ କ୍ରେଡିଟ ହେବ।
ଉପରୋକ୍ତ ବ୍ୟବସ୍ଥା ବ୍ୟତୀତ, PhonePe UPI ସମ୍ବନ୍ଧରେ ପ୍ରଦାନ କରାଯାଇଥିବା ସମସ୍ତ ସର୍ତ୍ତାବଳୀ UPI Lite ପାଇଁ ଲାଗୁ ହେବ। ଯଦି UPI Lite ଏବଂ PhonePe UPIର ବ୍ୟବହାରର ସର୍ତ୍ତାବଳୀ (UPI Lite ବିଭାଗକୁ ବାଦ୍ ଦେଇ) ମଧ୍ୟରେ ବିବାଦ ଦେଖାଦିଏ, ତେବେ ଏହି ବିଭାଗ ଅଧୀନରେ ଥିବା ସର୍ତ୍ତାବଳୀ ଲାଗୁ ହେବ। UPI Lite ବ୍ୟବହାର କରି ଅନୁମୋଦିତ ଟ୍ରାଞ୍ଜାକସନ(ଗୁଡ଼ିକ) ସମ୍ବନ୍ଧରେ ଯେକୌଣସି ବିବାଦ PhonePe UPI ପାଇଁ ପ୍ରଯୁଜ୍ୟ ପ୍ରକ୍ରିୟା ଅନୁଯାୟୀ ସମାଧାନ କରାଯିବ।
UPI- ATM – ଇଣ୍ଟେରପରେବଲ କାର୍ଡଲେସ ଟଙ୍କା ଉଠାଇବା
ଆମେ ଆପଣଙ୍କୁ ଏହି ସର୍ତ୍ତାବଳୀ (“ସୁବିଧା”) ଆଧାରରେ ଚୟନିତ ଅଟୋମେଟେଡ ଟେଲର ମେସିନ (“ATM(ଗୁଡ଼ିକ)”) ରେ କାର୍ଡଲେସ ଟଙ୍କା ଉଠାଇବା ସୁବିଧାକୁ ଚୟନ କରିବାକୁ ସକ୍ଷମ କରିପାରୁ। ଏହି ସୁବିଧାର ଲାଭ ଉଠାଇବା ପାଇଁ, ଆପଣଙ୍କୁ କିଛି ମାନଦଣ୍ଡ ପୂରଣ କରିବାକୁ ପଡ଼ିବ, ଯେପରିକି (i) UPI-ATM ସୁବିଧା ସକ୍ଷମ କରିବା ପାଇଁ ଆଇନ ଅନୁଯାୟୀ ଯୋଗ୍ୟ ବ୍ୟାଙ୍କର ଗ୍ରାହକ ହେବା, (ii) ଏହି ସୁବିଧା ପାଇଁ ସକ୍ଷମ ହୋଇଥିବା ATM ବ୍ୟବହାର କରିବା; (iii) PhonePe UPI ସହିତ ପଞ୍ଜିକରଣ କରିବା (ଏହି ସୁବିଧା ପାଇଁ ପେମେଣ୍ଟର ବିକଳ୍ପ ଭାବେ UPIକୁ ବ୍ୟବହାର କରିବା); NPCI କିମ୍ବା RBI ଦ୍ୱାରା ପରିଭାଷିତ କରାଯାଇଥିବା ଅନ୍ୟ ମାନଦଣ୍ଡ (ଯେପରି ହୋଇପାରେ)।
ଯଦି ଉପରୋକ୍ତ ମାନଦଣ୍ଡ ପୂରଣ ହୋଇଥାଏ ଏବଂ ଆପଣ ଟଙ୍କା ଉଠାଇବା ପାଇଁ ଆଇନ ଅନୁଯାୟୀ ଯୋଗ୍ୟ ATMକୁ ଯିବା ପରେ, ସେହି ATMରେ “UPI ଟଙ୍କା ଉଠାଇବା” ଚୟନ କରିବା ଏବଂ ଉଠାଇବା ଆମାଉଣ୍ଟ ଲେଖିବାର ବିକଳ୍ପ ରହିବ। ଆବଶ୍ୟକ ଥିବା ଆମାଉଣ୍ଟ ଲେଖିବା ପରେ, ATM ସ୍କ୍ରିନରେ ଥରେ ବ୍ୟବହାର କରାଯାଇପାରୁଥିବା ଡାଇନାମିକ QR କୋଡ୍ ଦେଖାଯିବ। ଆପଣଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବରରେ PhonePe ଆପ ବ୍ୟବହାର କରି QR କୋଡ ସ୍କାନ କରିବା ସହ କେଉଁ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଉଠାଇବେ ତାହା ଚୟନ କରିବାକୁ ପଡ଼ିବ।
ଉପରୋକ୍ତ ଚୟନ ପରେ, ଆପଣଙ୍କୁ ଆପଣଙ୍କ PhonePe ଆପରେ ଆପଣଙ୍କ UPI ପିନ୍ ବ୍ୟବହାର କରି PhonePe UPI ମାଧ୍ୟମରେ ଟ୍ରାଞ୍ଜାକସନ କରିବାକୁ କୁହାଯିବ। ସଫଳତାର ସହ ପ୍ରମାଣିକରଣ ହେବା ପରେ, ଆପଣଙ୍କ PhonePe ଆପ୍ ଏବଂ ATM ମେସିନରେ ଏକ ସୁନିଶ୍ଚିତକରଣ ସ୍କ୍ରିନ ଦେଖାଯିବ, ଏହା ପରେ ତୁରନ୍ତ ଆପଣଙ୍କୁ ATM ସ୍କ୍ରିନରେ ଟଙ୍କା ସଂଗ୍ରହ କରିବାକୁ ଅନୁରୋଧ କରାଯିବ (ଏବଂ ଆପଣଙ୍କ ଇସ୍ୟୁଅର ବ୍ୟାଙ୍କ୍ ଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଡେବିଟ ହୋଇଥିବା ବିଷୟରେ ସୂଚିତ କରାଯିବ)। ଏହିପରି ଭାବେ ATM ମେସିନରୁ ଟଙ୍କା ବାହାରିବ ଏବଂ ଆପଣଙ୍କୁ ସେଗୁଡ଼ିକ ସଂଗ୍ରହ କରିବାକୁ ହେବ।
ଯଦି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଆପଣଙ୍କ ଟଙ୍କା ଡେବିଟ ହୋଇଛି ଏବଂ କୌଣସି କାରଣରୁ ଟ୍ରାଞ୍ଜାକସନ ବିଫଳ ହୋଇଛି, ତେବେ ଆପଣଙ୍କ ଆକାଉଣ୍ଟରୁ ଡେବିଟ୍ ହୋଇଥିବା ଏହି ଆମାଉଣ୍ଟ ଫେରାଇବା ପାଇଁ ଆପଣ ଆପଣଙ୍କ ଇସ୍ୟୁଅର ବ୍ୟାଙ୍କରେ ଯୋଗାଯୋଗ କରିପାରିବେ। ଏହି ସମ୍ବନ୍ଧରେ PhonePe ଦାୟୀ ରହିବ ନାହିଁ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ, ATMରୁ ଟଙ୍କା ବାହାର କରି ସଂଗ୍ରହ ନ କରିବା ପର୍ଯ୍ୟନ୍ତ ATM ମେସିନର ପାଖ ଛାଡ଼ିବେ ନାହିଁ। NPCI / RBI, କିମ୍ବା ଆପଣଙ୍କ ଇସ୍ୟୁଅର ବ୍ୟାଙ୍କ୍ ଦ୍ୱାରା ପ୍ରଦାନ କରାଯାଇଥିବା ଟଙ୍କା ଉଠାଇବାର ଟ୍ରାଞ୍ଜାକସନ ସୀମା(ଗୁଡ଼ିକ) ଅଧୀନରେ ଆପଣ ଟଙ୍କା ଉଠାଇପାରିବେ (ଯାହା ଆପଣଙ୍କୁ ବିନା ଆଗୁଆ ସୂଚନାରେ ସମୟ ସମୟରେ ସଂଶୋଧନ କରାଯାଇପାରେ)। ଏହା ସହ, ଆପଣ ସମ୍ପୂର୍ଣ୍ଣ ହୋଇଥିବା ଟ୍ରାଞ୍ଜାକସନକୁ ଆପଣଙ୍କ PhonePe ଆପରେ ଥିବା ପୁରୁଣା ଟ୍ରାଞ୍ଜାକସନ ବିଭାଗରେ ଦେଖିପାରିବେ।
ଆପଣ ରାଜି ହୁଅନ୍ତି: (i) PhonePe କେବଳ ଏହାର PhonePe ଆପ୍ ମାଧ୍ୟମରେ ଏହି ସୁବିଧା ସକ୍ଷମ କରୁଛି ଏବଂ ଏହି ସୁବିଧା ପାଇଁ ଆଇନ ଅନୁଯାୟୀ ଯୋଗ୍ୟ ATM ମେସିନଗୁଡ଼ିକର ଭିଜିବିଲିଟି PhonePeର ରହିବ ନାହିଁ। ଏହି ସୁବିଧା ପାଇଁ ATM ମେସିନ ସକ୍ଷମ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଆପଣଙ୍କ ଦାୟିତ୍ୱ; (ii) ସୁନିଶ୍ଚିତକରଣ ହେବା ପରେ ଆପଣ ଟଙ୍କା ସଂଗ୍ରହ କରିବାକୁ ଦାୟୀ ରହିବେ (ସଫଳ ପ୍ରମାଣୀକରଣ ପରେ ଆପଣଙ୍କ PhonePe ଆପ୍ / ATM ମେସିନ ମାଧ୍ୟମରେ), ଏବଂ ପାଇଥିବା ଟଙ୍କାରେ (i) ମଇଳା ଦାଗ ନାହିଁ, କ୍ଷତିଗ୍ରସ୍ତ ହୋଇନାହିଁ କିମ୍ବା ନକଲି ନୁହେଁ ଏବଂ (ii) ଯେତିକି ଟଙ୍କା ଆପଣ ଉଠାଇବାକୁ ବାଛିଥିଲେ ସେହି ମୂଲ୍ୟ ପାଇଛନ୍ତି ବୋଲି ଯାଞ୍ଚ କରନ୍ତୁ। ଏହି ସମ୍ବନ୍ଧରେ PhonePe ଦାୟୀ ହେବ ନାହିଁ।
କ୍ରେଡିଟ ଲାଇନ ମାଧ୍ୟମରେ PHONEPE UPI
ଯଦି ଆପଣଙ୍କ ପ୍ରଦାନକାରୀ ବ୍ୟାଙ୍କ ଆପଣଙ୍କ ପାଇଁ କ୍ରେଡିଟ ଲାଇନ (“କ୍ରେଡିଟ ଲାଇନ”) ସେଙ୍କସନ/ବୃଦ୍ଧି କରିଛନ୍ତି, ତେବେ ଆମେ ଆପଣଙ୍କୁ ଏହି ସର୍ତ୍ତାବଳୀ ଅନୁଯାୟୀ PhonePe UPI ସହ ଏଭଳି କ୍ରେଡିଟ ଲାଇନ ଲିଙ୍କ୍ କରିବାକୁ ସକ୍ଷମ କରିପାରିବୁ। PhonePe UPIକୁ କ୍ରେଡିଟ ଲାଇନ ଲିଙ୍କ୍ କରିବା ସମ୍ବନ୍ଧରେ, ଆପଣଙ୍କୁ PhonePe ଆପରେ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ଷ୍ଟେପ୍ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। PhonePe UPIରେ ଆପଣଙ୍କ କ୍ରେଡିଟ ଲାଇନ ସଫଳତାର ସହ ଲିଙ୍କ୍ ହେବା ପରେ, ଆପଣ କ୍ରେଡିଟ ଲାଇନ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିବା ଚୟନିତ ବ୍ୟବସାୟୀଙ୍କୁ ପେମେଣ୍ଟ କରିବାକୁ ସମର୍ଥ ହେବେ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣ କେବଳ ସେହି କ୍ରେଡିଟ ଲାଇନକୁ ଆପଣଙ୍କ PhonePe UPI ସହିତ ଲିଙ୍କ୍ କରିବାକୁ ସମର୍ଥ ହେବେ ଯାହା PhonePe ଆପରେ ପଞ୍ଜିକୃତ ଆପଣଙ୍କ ମୋବାଇଲ ନମ୍ବର ସହିତ ଲିଙ୍କ୍ ହୋଇଛି।
PhonePe ଆପରେ ସମ୍ପୃକ୍ତ ବିଭାଗରେ, ଆପଣ ଏହି ସୁବିଧା ପାଇଁ PhonePe ଦ୍ୱାରା ସକ୍ଷମ ହୋଇଥିବା ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକର ତାଲିକା ଦେଖିବାକୁ ସମର୍ଥ ହେବେ। ଆପଣଙ୍କୁ କ୍ରେଡିଟ ଲାଇନ ସେଙ୍କସନ କରିଥିବା ପ୍ରଦାନକାରୀ ବ୍ୟାଙ୍କ ଆପଣ ଚୟନ କରିବା ପରେ PhonePe ଆପଣଙ୍କ କ୍ରେଡିଟ ଲାଇନର ବିବରଣୀ ଆଣିବ। ଏହି ଉଦ୍ଦେଶ୍ୟରେ, ଆପଣ ସହମତ ହୁଅନ୍ତି ଯେ ଆପଣଙ୍କ ମୋବାଇଲ ନେଟୱର୍କ ଆପଣଙ୍କ କ୍ରେଡିଟ ଲାଇନ ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରିବାକୁ ଆପଣଙ୍କ ଫୋନ୍ ବ୍ୟବହାର କରି ଏକ ସ୍ୱତନ୍ତ୍ର SMS ପଠାଇପାରେ ଏବଂ ଷ୍ଟାଣ୍ଡାର୍ଡ SMS ଚାର୍ଜ ଲାଗୁ ହୋଇପାରେ। ଆବଶ୍ୟକ ଷ୍ଟେପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ, ସେହି କ୍ରେଡିଟ ଲାଇନ ସମ୍ବନ୍ଧରେ ଏକ ୟୁନିକ VPA ଜେନେରେଟ ହେବ ଏବଂ ସେହି କ୍ରେଡିଟ ଲାଇନ PhonePe ଆପ୍ ସହିତ ଲିଙ୍କ୍ ହେବ। ଉପରୋକ୍ତ ଉପାୟରେ PhonePe ଆପରେ PhonePe UPIକୁ ଆପଣଙ୍କ ପ୍ରଦାନକାରୀ ବ୍ୟାଙ୍କ ଦ୍ୱାରା ସେଙ୍କସନ ହୋଇଥିବା ଏକାଧିକ କ୍ରେଡିଟ ଲାଇନ ଯୋଗ କରିବାର ବିକଳ୍ପ ଆପଣଙ୍କ ପାଖରେ ରହିବ।
ଏକ VPA ତିଆରି ହେବା ପରେ PhonePe ଆପ୍ ସହ ଲିଙ୍କ୍ ହୋଇଥିବା ଆପଣଙ୍କ କ୍ରେଡିଟ ଲାଇନରେ ଏକ UPI ପିନ ସେଟ୍ କରିବାକୁ, ଆପଣ PhonePe ଦ୍ୱାରା ସକ୍ଷମ ମୋଡ୍(ଗୁଡ଼ିକ) ଚୟନ କରିପାରିବେ। PhonePe ଆପରେ ଲିଙ୍କ୍ ହୋଇଥିବା କ୍ରେଡିଟ ଲାଇନକୁ ଏକ UPI ପିନ ସେଟ୍ କରିବାକୁ ଚୟନ କରାଯାଇଥିବା ମୋଡ୍ ଆଧାରରେ, PhonePe ଆପଣଙ୍କୁ କ୍ରେଡିଟ ଲାଇନ ସହ ସମ୍ବନ୍ଧିତ ବିବରଣୀ ଯାଞ୍ଚ କରିବାକୁ କହିପାରେ, ଯେଉଁଥିରେ ଆପଣଙ୍କ ଆକାଉଣ୍ଟ, ଡେବିଟ କାର୍ଡ ଇତ୍ୟାଦିର ବିବରଣୀ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ ଏବଂ PhonePe ଆପରେ ଲିଙ୍କ୍ ହୋଇଥିବା ଆପଣଙ୍କ କ୍ରେଡିଟ ଲାଇନ ପାଇଁ ଏକ UPI ପିନ ସେଟ୍ କରିବାକୁ ଆପଣଙ୍କୁ କୁହାଯାଇପାରେ।
PhonePe UPI ବ୍ୟବହାର କରି କ୍ରେଡିଟ ଲାଇନ ପେମେଣ୍ଟ(ଗୁଡ଼ିକୁ) ସକ୍ଷମ କରିଥିବା ବ୍ୟବସାୟୀଙ୍କୁ ପେମେଣ୍ଟ କରିବା ପାଇଁ, ଆପଣଙ୍କୁ ଆପଣଙ୍କର UPI ପିନ ଏଣ୍ଟର କରି ଏହିପରି ପେମେଣ୍ଟକୁ ଅନୁମତି ଦେବାକୁ ହେବ। ଆପଣ ସହମତ ଯେ PhonePe UPI ସହିତ ଲିଙ୍କ୍ ହୋଇଥିବା ଆପଣଙ୍କର କ୍ରେଡିଟ ଲାଇନ କେବଳ ସକ୍ଷମ ହୋଇଥିବା ବ୍ୟବସାୟୀଙ୍କୁ ପେମେଣ୍ଟ ଦେବା ପାଇଁ ସକ୍ଷମ କରିବ ଏବଂ ଅନ୍ୟ କୌଣସି ପେମେଣ୍ଟ(ଗୁଡ଼ିକ) ପ୍ରଦାନ କରିବାରେ ବ୍ୟବହାର କରାଯାଇପାରିବ ନାହିଁ (ବ୍ୟକ୍ତିବିଶେଷଙ୍କୁ ଟ୍ରାନ୍ସଫର, ବ୍ୟାଙ୍କ ଆକାଉଣ୍ଟ ଟ୍ରାନ୍ସଫର / ଟଙ୍କା ଉଠାଇବା ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ)।
ଆହୁରିମଧ୍ୟ, ଆପଣ ସହମତ ଯେ ଆପଣ ଏହାର ଅଧୀନ ହେବେ: (i) ଆପଣଙ୍କର ପ୍ରଦାନକାରୀ ବ୍ୟାଙ୍କ ଦ୍ଵାରା ମ୍ୟାଣ୍ଡେଟ ହୋଇଥିବା କ୍ରେଡିଟ ଲାଇନର ସୀମା, ଏବଂ (ii) NPCI ଦ୍ଵାରା UPI ଟ୍ରାଞ୍ଜାକସନ ପାଇଁ ପ୍ରଯୁଜ୍ୟ ଟ୍ରାଞ୍ଜାକସନ ସୀମା(ଗୁଡ଼ିକ)।
ଅତିରିକ୍ତ ଭାବରେ, ଆପଣଙ୍କର ଲିଙ୍କ୍ ହୋଇଥିବା କ୍ରେଡିଟ ଲାଇନରେ ‘ଉପଲବ୍ଧ / କ୍ରେଡିଟ ଲାଇନ ବାଲାନ୍ସ’ ଯାଞ୍ଚ କରିବାର ବିକଳ୍ପ ଆପଣଙ୍କ ପାଖରେ ରହିବ। ଆପଣ ବୁଝିଛନ୍ତି ଯେ ଏହି ସୁବିଧା ଅଧୀନରେ, ଆମେ ପ୍ରଦାନକାରୀ ବ୍ୟାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ‘ଉପଲବ୍ଧ / କ୍ରେଡିଟ ଲାଇନ ବାଲାନ୍ସ’ ଡିସପ୍ଲେ କରିବୁ ଏବଂ ଏଥିରେ ଅସଙ୍ଗତି, ତ୍ରୁଟି (ଗୁଡ଼ିକ), ସୂଚନାରେ ଅସଠିକତା ପାଇଁ ଆମେ କୌଣସି ଦାୟିତ୍ୱ ନେବୁ ନାହିଁ। ଆପଣ PhonePe ଆପରେ ଟ୍ରାଞ୍ଜାକସନ ବିବରଣୀ ଅଧୀନରେ ପୁରୁଣା ଟ୍ରାଞ୍ଜାକସନ ବିଭାଗରେ ଯାଇ PhonePe UPI ସହ ଲିଙ୍କ୍ ହୋଇଥିବା କ୍ରେଡିଟ ଲାଇନ ମାଧ୍ୟମରେ ହୋଇଥିବା ପୁରୁଣା ପେମେଣ୍ଟ(ଗୁଡ଼ିକ) ମଧ୍ୟ ଦେଖିପାରିବେ।
ଆପଣ ଏଥିରେ ସହମତ:
- ଆପଣ ଏବଂ ପ୍ରଦାନକାରୀ ବ୍ୟାଙ୍କ ମଧ୍ୟରେ ସହମତି ଅନୁସାରେ ହୋଇଥିବା କଣ୍ଟ୍ରାକଚୁଆଲ ସର୍ତ୍ତାବଳୀ ଅନୁସାରେ କ୍ରେଡିଟ ଲାଇନ ଆପଣଙ୍କର ପ୍ରଦାନକାରୀ ବ୍ୟାଙ୍କ ଦ୍ୱାରା ସକ୍ଷମ କରାହୋଇଛି। କ୍ରେଡିଟ ଲାଇନ ସମ୍ବନ୍ଧରେ କ୍ରେଡିଟ ସୀମା ଏବଂ/କିମ୍ବା ଏ ସମ୍ବନ୍ଧରେ ଥିବା ରିସ୍କକୁ ପରିଭାଷିତ କରିବାର ଯୋଗ୍ୟତା ମାନଦଣ୍ଡ ନିର୍ଣ୍ଣୟ କରିବାରେ PhonePeର କୌଣସି ଭୂମିକା ନାହିଁ। PhonePe କେବଳ କ୍ରେଡିଟ ଲାଇନକୁ PhonePe UPI ସହିତ PhonePe ଆପ୍ ମାଧ୍ୟମରେ ଲିଙ୍କ୍ କରିବାକୁ ସକ୍ଷମ କରୁଛି ଏବଂ ଆପଣ ଓ ଆପଣଙ୍କର ପ୍ରଦାନକାରୀ ବ୍ୟାଙ୍କ ମଧ୍ୟରେ ସହମତି ଅନୁସାରେ ହୋଇଥିବା କଣ୍ଟ୍ରାକଚୁଆଲ ସର୍ତ୍ତାବଳୀକୁ ନିର୍ଣ୍ଣୟ କରିବା ବା ଯାଞ୍ଚ କରିବାରେ ସମ୍ବନ୍ଧିତ କୌଣସି ପ୍ରକାରର ରିସ୍କ ପାଇଁ PhonePe ଦାୟୀ ରହିବ ନାହିଁ।
- ଏହି ସୁବିଧା ଅଧୀନରେ PhonePe UPI ମାଧ୍ୟମରେ ଲିଙ୍କ୍ ହୋଇଥିବା କ୍ରେଡିଟ ଲାଇନ ବ୍ୟବହାର କରି ଆପଣ ବ୍ୟବହାର କରିଥିବା ଯେକୌଣସି ରାଶି ସମ୍ପୃକ୍ତ ସକ୍ଷମ ବ୍ୟବସାୟୀଙ୍କ ପାଇଁ ଏକ ପେମେଣ୍ଟ ହେବ। ପ୍ରଦାନକାରୀ ବ୍ୟାଙ୍କ ଦ୍ୱାରା କରାଯାଇଥିବା ବିଲ(ଗୁଡ଼ିକ)ରେ ଉଲ୍ଲେଖିତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏବଂ ଆପଣଙ୍କ ପ୍ରଦାନକାରୀ ବ୍ୟାଙ୍କ(ଗୁଡ଼ିକ) ଦ୍ୱାରା ଦିଆଯାଇଥିବା ମୋଡ୍ ଅନୁଯାୟୀ ଆପଣଙ୍କୁ ଆପଣଙ୍କ ପ୍ରଦାନକାରୀ ବ୍ୟାଙ୍କକୁ କ୍ରେଡିଟ ଲାଇନ ସମ୍ବନ୍ଧରେ ଥିବା ବକେୟା ପରିଶୋଧ କରିବାକୁ ପଡ଼ିବ।
ଯଦି PhonePe ଆପ୍ ଦ୍ୱାରା କ୍ରେଡିଟ ଲାଇନ UPI ମାଧ୍ୟମରେ ଆପଣଙ୍କ ଦ୍ଵାରା ଦିଆଯାଇଥିବା ଫରୱାର୍ଡ ପେମେଣ୍ଟ(ଗୁଡ଼ିକ)ର ଯେକୌଣସି ରିଫଣ୍ଡ, ଆପଣ ଓ ଆପଣଙ୍କର ପ୍ରଦାନକାରୀ ବ୍ୟାଙ୍କ ମଧ୍ୟରେ ସହମତି ଅନୁସାରେ ହୋଇଥିବା କଣ୍ଟ୍ରାକଚୁଆଲ ସର୍ତ୍ତାବଳୀ ଅନୁଯାୟୀ କ୍ରେଡିଟ ଲାଇନରେ ଜମା/ ଆଡଜଷ୍ଟ ହେବ।
PhonePe ଆପରେ PhonePe UPI ମାଧ୍ୟମରେ ଆପଣଙ୍କର କ୍ରେଡିଟ ଲାଇନ ବ୍ୟବହାର କରି ଅନୁମୋଦିତ ଟ୍ରାଞ୍ଜାକସନ(ଗୁଡ଼ିକ) ସମ୍ବନ୍ଧରେ ଯେକୌଣସି ବିବାଦ, PhonePe UPIର ବ୍ୟବହାର ସର୍ତ୍ତାବଳୀ ଅଧୀନରେ ବିବାଦ ଏବଂ ଅଭିଯୋଗ ବିଭାଗରେ ପ୍ରଦତ୍ତ ପ୍ରକ୍ରିୟା ଅନୁଯାୟୀ ଏବଂ UPI ଟ୍ରାଞ୍ଜାକସନ ସମ୍ବନ୍ଧରେ NPCI (ସମୟ ସମୟରେ) ଦ୍ୱାରା ପ୍ରଦତ୍ତ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସାରେ ପରିଚାଳନା କରାଯିବ। ଯେକୌଣସି ରିଫଣ୍ଡ/ରିଭର୍ସାଲ UPI ଟ୍ରାଞ୍ଜାକସନ(ଗୁଡ଼ିକ) ପାଇଁ ପ୍ରଯୁଜ୍ୟ ସମୟସୀମା ଅନୁଯାୟୀ ହେବ।
ବିବାଦ ଏବଂ ଅଭିଯୋଗ
ସ୍ପନସର PSP ବ୍ୟାଙ୍କ୍ ଏବଂ NPCI ସହିତ PhonePeର ତ୍ରିପାକ୍ଷିକ ଚୁକ୍ତି ରହିଛି ଏବଂ ଆମେ ଆମର UPI ଆପ୍ଲିକେସନରେ ଥିବା ଗ୍ରାହକଙ୍କ ଆପତ୍ତି/ ଅଭିଯୋଗଗୁଡ଼ିକୁ ସହଜରେ ସମାଧାନ କରିବାକୁ ବାଧ୍ୟ ଅଟୁ।
ଆମ ଦ୍ୱାରା ଅନ-ବୋର୍ଡ ହୋଇଥିବା ଗ୍ରାହକମାନଙ୍କର ସମସ୍ତ UPI ସମ୍ବନ୍ଧୀୟ ଆପତ୍ତି/ ଅଭିଯୋଗ ଶୁଣିବା ପାଇଁ ଆମେ ହେଉଛୁ ଯୋଗାଯୋଗର ପ୍ରଥମ ପଏଣ୍ଟ। ଯଦି ଆପତ୍ତି/ଅଭିଯୋଗର ସମାଧାନ ହୋଇନଥାଏ, ତେବେ ପରବର୍ତ୍ତୀ ସ୍ତର ହେଉଛି PSP ବ୍ୟାଙ୍କ୍, ତା’ପରେ ବ୍ୟାଙ୍କ୍ (ଯେଉଁଠାରେ ଆପଣଙ୍କ ଆକାଉଣ୍ଟ ଅଛି) ଏବଂ NPCI ଏହିପରି ଆପଣ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିପାରିବେ। ଏହି ବିକଳ୍ପଗୁଡିକ ବ୍ୟବହାର କରିବା ପରେ, ଆପଣ ଡିଜିଟାଲ ଅଭିଯୋଗ ପାଇଁ ବ୍ୟାଙ୍କିଂ ଲୋକପାଳ ଏବଂ / କିମ୍ବା ଲୋକପାଳଙ୍କ ସହ ଯୋଗାଯୋଗ କରିପାରିବେ, ଯେପରି ସମ୍ଭବ।
ବିବାଦ ସମାଧାନ ପ୍ରକ୍ରିୟା
- ଆପଣ PhonePe ଆପରେ UPI ଟ୍ରାଞ୍ଜାକସନ ସମ୍ବନ୍ଧରେ ଅଭିଯୋଗ କରିପାରିବେ।
- ଆପଣ ସମ୍ପୃକ୍ତ UPI ଟ୍ରାଞ୍ଜାକସନକୁ ଚୟନ କରି ସେ ସମ୍ପର୍କରେ ଅଭିଯୋଗ କରିପାରିବେ।
- ଯଦି PhonePe ମାଧ୍ୟମରେ UPI ଟ୍ରାଞ୍ଜାକସନ କରାଯାଏ ତେବେ ଆପଣ ସମସ୍ତ UPI ସମ୍ବନ୍ଧୀୟ ଆପତ୍ତି/ ଅଭିଯୋଗ ସମ୍ବନ୍ଧରେ PhonePe ସହ ଏକ ଅଭିଯୋଗ କରିପାରିବେ। ଯଦି ଆପତ୍ତି/ ଅଭିଯୋଗର ସମାଧାନ ହୋଇନଥାଏ, ତେବେ ପରବର୍ତ୍ତୀ ସ୍ତର ହେଉଛି PSP ବ୍ୟାଙ୍କ୍ (ଯେଉଁଠାରେ ଆପଣଙ୍କ ଆକାଉଣ୍ଟ ଅଛି) ଏବଂ NPCI, ଏହିପରି ଆପଣ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିପାରିବେ। ଏହି ବିକଳ୍ପଗୁଡିକ ବ୍ୟବହାର କରିବା ପରେ, ଆପଣ ଡିଜିଟାଲ ଅଭିଯୋଗ ପାଇଁ ବ୍ୟାଙ୍କିଂ ଲୋକପାଳ ଏବଂ / କିମ୍ବା ଲୋକପାଳଙ୍କ ସହ ଯୋଗାଯୋଗ କରିପାରିବେ, ଯେପରି ସମ୍ଭବ।
- ଉଭୟ ପ୍ରକାର ଟ୍ରାଞ୍ଜାକସନ ଅର୍ଥାତ୍ ଫଣ୍ଡ ଟ୍ରାନ୍ସଫର ଏବଂ ବ୍ୟବସାୟିକ ଟ୍ରାଞ୍ଜାକସନ ପାଇଁ ଅଭିଯୋଗ କରିପାରିବେ।
- PhonePe ଆପ୍ କିମ୍ବା ଅନ୍ୟ କୌଣସି ମାଧ୍ୟମ ଯଥା ଇମେଲ୍, ଟେଲିଫୋନ ଦ୍ୱାରା ଆପଣଙ୍କ ଅଭିଯୋଗର ସ୍ଥିତିକୁ ଅପଡେଟ କରିବା ପାଇଁ ଆପଣଙ୍କୁ PhonePe ଦ୍ୱାରା ଯୋଗାଯୋଗ କରାଯିବ।
ଏଣ୍ଟିଣ୍ଟି | ଅଭିଯୋଗ ସମାଧାନ ଲିଙ୍କ୍ |
---|---|
PSP ବ୍ୟାଙ୍କ୍ | Yes ବ୍ୟାଙ୍କ୍ https://www.yesbank.in/contact-us Axis ବ୍ୟାଙ୍କ୍ https://www.axisbank.com/contact-us/grievance-redressal/retail-banking-grievance-redressal ICICI ବ୍ୟାଙ୍କ୍ https://www.icicibank.com/complaints/complaints.page |
NPCI | https://www.npci.org.in/what-we-do/upi/dispute-redressal-mechanism |
ଗ୍ରୁପ କମ୍ପାନୀର ବ୍ୟବହାର
ଆପଣଙ୍କୁ PhonePe ପ୍ଲାଟଫର୍ମରେ ଉଲ୍ଲେଖ କରାଯାଇଥିବା ଯେକୌଣସି PhonePe ସେବା ପ୍ରଦାନ କରିବା ପାଇଁ ନିଜର ସେବାଗୁଡ଼ିକ ବ୍ୟବହାର କରିବାର ଅଧିକାର PhonePe ଏବଂ PhonePe ଏଣ୍ଟିଣ୍ଟିଗୁଡ଼ିକ ପାଖରେ ସଂରକ୍ଷିତ ଅଛି ବୋଲି ଆପଣ ବୁଝିଛନ୍ତି ଓ ଏଥିରେ ରାଜି ହୁଅନ୍ତି।
କ୍ଷତି ପୂରଣ ଓ ଦାୟବଦ୍ଧତା
କୌଣସି ପରିସ୍ଥିତିରେ PhonePe UPI ପେମେଣ୍ଟ ସୁବିଧାର ବ୍ୟବହାର କିମ୍ବା ବ୍ୟବହାର କରିବାରେ ଅସମର୍ଥତା ପାଇଁ ବା ଚୁକ୍ତିନାମା, ଅବହେଳା, ଟର୍ଟ କିମ୍ବା ଅନ୍ୟ କାରଣ ଯୋଗୁଁ ଉପୁଜିଥିବା କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ବିଶେଷ କିମ୍ବା ଦଣ୍ଡନୀୟ କ୍ଷତି ପାଇଁ PhonePe ଦାୟୀ ହେବ ନାହିଁ (ଆଇନଗତ ମଧ୍ୟ ଅନ୍ତର୍ଭୁକ୍ତ) କିନ୍ତୁ ଏତିକିରେ ସୀମିତ ନକରି,, ଯେଉଁଥିରେ ଲାଭ କିମ୍ବା ଆୟରେ ହାନି, ବ୍ୟବସାୟରେ ବାଧା, ବ୍ୟବସାୟିକ ସୁଯୋଗ ହରାଇବା, ଡାଟା ହରାଇବା କିମ୍ବା ଅନ୍ୟ ଅର୍ଥନୈତିକ ସ୍ୱାର୍ଥ ହରାଇବାକୁ ପଡ଼ିବ, ଏସବୁ ପାଇଁ PhonePe ଦାୟୀ ରହିବ ନାହିଁ।
ଆପଣ କୌଣସି ଦାବି ବା ଡିମାଣ୍ଡ ବା କାର୍ଯ୍ୟରୁ PhonePe, PhonePe ଏଣ୍ଟିଣ୍ଟି, ଏହାର ମାଲିକ, ଲାଇସେନ୍ସଧାରୀ, ଆଫିଲିଏଟ, ସବସିଡିଆରି, ଗ୍ରୁପ୍ କମ୍ପାନୀ (ଯେପରି ପ୍ରଯୁଜ୍ୟ) ଏବଂ ସେମାନଙ୍କର ଅଧିକାରୀ, ଡାଇରେକ୍ଟର, ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଇନଡେମନିଫାଏ ରଖିବେ ଏବଂ ବ୍ୟବହାରର ଏହି ସର୍ତ୍ତାବଳୀର, ଗୋପନୀୟତା ନୀତି ଏବଂ ଅନ୍ୟ ନୀତି, କୌଣସି ଆଇନରେ ବା ନୀତିନିୟମ ବା ତୃତୀୟ ପକ୍ଷର ଅଧିକାର (ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ ସମେତ) ରେ ଆପଣ କରିଥିବା ଉଲ୍ଲଙ୍ଘନ କାରଣରୁ କିମ୍ବା ଏଥିରୁ ହେଉଥିବା କୌଣସି ତୃତୀୟ ପକ୍ଷଦ୍ୱାରା ପେନାଲ୍ଟି, ଯୁକ୍ତିଯୁକ୍ତ ଆଟର୍ଣ୍ଣି ଫି’ ଭରଣା କରିବେ।
ସମାପ୍ତି
ଯଦି ଆମେ ସ୍ଥିର କରୁ ଯେ ଆପଣ ଏହି ବ୍ୟବହାରର ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରିଛନ୍ତି ଏବଂ PhonePeରେ କେବଳ ଆର୍ଥିକ କ୍ଷତିରେ ସୀମିତ ନୁହେଁ, ଆପଣଙ୍କ କାର୍ଯ୍ୟ ଯୋଗୁଁ କୌଣସି ପ୍ରକାର କ୍ଷତି ହେଲେ, ଆମେ ଉକ୍ତ ପରିସ୍ଥିତିରେ ଆବଶ୍ୟକ ମନେ ହେଉଥିବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆପଣ ସମ୍ମତି ଦିଅନ୍ତି, ଏହା ସହ ଆପଣ ରାଜି ହୁଅନ୍ତି ଯେ PhonePe ନିଜ ବିଚାର ଅନୁଯାୟୀ ବିନା ପୂର୍ବ ସୂଚନାରେ ଆପଣଙ୍କ ଚୁକ୍ତିକୁ ସମାପ୍ତ କରିପାରେ ଏବଂ PhonePe ଆପକୁ ଆପଣଙ୍କ ଆକ୍ସେସକୁ ପ୍ରତିବନ୍ଧିତ କରିପାରେ। PhonePe ଏବଂ PhonePe ଏଣ୍ଟିଟି ଦ୍ୱାରା ପରିଭାଷିତ ହୋଇଥିବା PhonePe ପ୍ଲାଟଫର୍ମଗୁଡ଼ିକର ୟୁଜର୍ ଆଚରଣ ଉଲ୍ଲଙ୍ଘନ ହେଲେ ସେବାଗୁଡ଼ିକୁ ଆମେ ସ୍ଥଗିତ କରିପାରୁ କିମ୍ୱା ଆପଣଙ୍କ ଚୁକ୍ତିକୁ ସମାପ୍ତ କରିପାରୁ।
ଆପଣ ଧ୍ୟାନ ଦିଅନ୍ତୁ ଯେ PhonePe ଆପଣଙ୍କ ପଞ୍ଜିକରଣ ସୂଚନା, VPA, ଟ୍ରାଞ୍ଜାକସନ ସୂଚନା କିମ୍ବା ଅନ୍ୟ କୌଣସି ସୂଚନା ରଖିପାରେ ଯାହାକୁ ଆମେ UPI ପେମେଣ୍ଟ ସିଷ୍ଟମ ଅଧୀନରେ ଚୁକ୍ତି ସମାପ୍ତ ହେବା ପରେ ସମୟ ସମୟରେ NPCI ଦ୍ୱାରା ସୂଚିତ କରାଯାଇଥିବା ବିଜ୍ଞପ୍ତି କିମ୍ବା ନିୟମାବଳୀରେ ନିର୍ଦ୍ଦିଷ୍ଟ ଅବଧି ପାଇଁ ଷ୍ଟୋର୍ କରିବାକୁ ଅନୁମତି ଦେଉଛୁ।
ନିୟନ୍ତ୍ରଣ କରୁଥିବା ଆଇନ
ଏହି ଚୁକ୍ତି ଅଧୀନରେ ଥିବା ଅଧିକାର ଓ ଦାୟିତ୍ୱ ଏବଂ ପକ୍ଷମାନଙ୍କର ସମ୍ପର୍କ ଓ ଏହି ବ୍ୟବହାରର ସର୍ତ୍ତାବଳୀ ଅଧୀନରେ କିମ୍ବା ସମ୍ବନ୍ଧରେ ଉପୁଜିଥିବା ସମସ୍ତ ମାମଲା ସମେତ, ବୈଧତା, କାର୍ଯ୍ୟଦକ୍ଷତା କିମ୍ବା ସମାପ୍ତି, ଭାରତର ଆଇନ ଦ୍ୱାରା ଗଠିତ ଏବଂ ପରିଚାଳିତ ହେବ। PhonePe ସେବା ସହ ଜଡ଼ିତ ସମସ୍ତ ମାମଲା ଉପରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ଅଦାଲତମାନଙ୍କର ସ୍ୱତନ୍ତ୍ର ଅଧିକାର ରହିବ।
ଅସ୍ୱୀକରଣ
ଆପଣ ବୁଝିଛନ୍ତି ଯେ NPCI ପ୍ଲାଟଫର୍ମ, PSP ଏବଂ PhonePe ବ୍ୟବହାର କରି UPI ପେମେଣ୍ଟ ସୁବିଧା ଉପଲବ୍ଧ କରିବାର ସର୍ତ୍ତାବଳୀ, କୌଣସି NPCI ସିଷ୍ଟମ ଅଂଶଗ୍ରହଣକାରୀଙ୍କ ପାଇଁ କୌଣସି ଚୁକ୍ତିଭିତ୍ତିକ ଆଇନଗତ ବାଧ୍ୟବାଧକତା ସୃଷ୍ଟି କରେ ନାହିଁ ଏବଂ PhonePe UPI ପେମେଣ୍ଟ ସୁବିଧା ପାଇଁ PhonePe ଆପ ଡାଉନଲୋଡ୍ କିମ୍ବା ବ୍ୟବହାର କରିବା ପାଇଁ ସ୍ୱତଃ ଆପଣଙ୍କୁ ଏନଟାଇଟେଲ କରେ ନାହିଁ।
UPI ପେମେଣ୍ଟ ସୁବିଧା ପାଇଁ ଆମେ କୌଣସି ୱାରେଣ୍ଟି ଦେଉନାହୁଁ ଏବଂ UPI ପେମେଣ୍ଟ ସୁବିଧାର ଗୁଣବତ୍ତା ଓ ଉପଲବ୍ଧତା ବିଷୟରେ କୌଣସି ମତ ଉପସ୍ଥାପନ କରୁନାହୁଁ।
ଆମେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଟ୍ରାଞ୍ଜାକସନକୁ କାର୍ଯ୍ୟକାରୀ କରିବା ଏବଂ କାର୍ଯ୍ୟ ପ୍ରକ୍ରିୟା ଜାରି ରଖିବାକୁ ଚେଷ୍ଟା କରୁ, ତଥାପି, ଆମ ନିୟନ୍ତ୍ରଣରେ ନଥିବା କୌଣସି ଅଣ-ପ୍ରତିକ୍ରିୟାଶୀଳତା, ବିଳମ୍ବ, ବ୍ୟବସ୍ଥାର ବିଫଳତା କିମ୍ବା ଅନ୍ୟ କୌଣସି ପରିସ୍ଥିତି ପାଇଁ ଆମେ ଦାୟୀ ରହିବୁ ନାହିଁ।
ଆପଣଙ୍କ ଟ୍ରାଞ୍ଜାକସନର ରେକର୍ଡ ଏବଂ ଆମ ପାଖରେ ରକ୍ଷଣାବେକ୍ଷଣ ପାଇଁ ଥିବା ଅନ୍ୟାନ୍ୟ ଲଗ୍ ଏହି ସୁବିଧା ଏବଂ ଟ୍ରାଞ୍ଜାକସନର ପ୍ରମାଣ ଭାବରେ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ।