PhonePe | Logo
Our Solutions
For Businesses
For Consumers
menu
Offline PaymentsAccept payments & get notified
menu
Payment GatewayAccept online payments
menu
Payment Gateway PartnerRefer and earn commissions
menu
Payment LinksCreate links to collect payments
menu
Merchant LendingAccess business loans
menu
SwitchList your app on Switch
menu
PhonePe AdsAdvertise on PhonePe apps
menu
PhonePe GuardianDetect fraud and manage risk
See Allright-arrow
menu
InsuranceSecure your financial future
menu
InvestmentsManage and grow wealth
menu
Consumer LendingSecure personal loans
menu
GoldInvest in digital gold
Press
Careers
About Us
Blog
Contact Us
Trust & Safety
PhonePe | Hamburger Menu
✕
Home
Our Solutions
For Businessesarrow
icon
Offline Payments
icon
Payment Gateway
icon
Payment Gateway Partner
icon
Payment Links
icon
Merchant Lending
icon
Switch
icon
PhonePe Ads
icon
PhonePe Guardian
See all

For Consumersarrow
icon
Insurance
icon
Investments
icon
Consumer Lending
icon
Gold
Press
Careers
About Us
Blog
Contact Us
Trust & Safety
Privacy Policy

ଚୁକ୍ତି ଏବଂ ସର୍ତ୍ତାବଳୀ – PhonePe ଚେକଆଉଟ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ଏହି ଡକ୍ୟୁମେଣ୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 (ଯେମିତି ସମୟ ସମୟରେ) ଏବଂ ଏହା ଅଧୀନରେ ଗଠିତ ନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମାବଳୀରେ ଇଲେକ୍ଟ୍ରୋନିକ ଡକ୍ୟୁମେଣ୍ଟ / ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ପ୍ରାବଧାନ ଅନୁଯାୟୀ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ତିଆରି ହୋଇଥାଏ ଏବଂ ଏଥିପାଇଁ କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତର ଆବଶ୍ୟକ ହୁଏ ନାହିଁ।

ଦୟାକରି PhonePe ଚେକଆଉଟ (ନିମ୍ନରେ ବର୍ଣ୍ଣନା କରାଯାଇଛି) ଆକ୍ସେସ କରିବା କିମ୍ବା ବ୍ୟବହାର କରିବା ପୂର୍ବରୁ ଏହି ଚୁକ୍ତି ଏବଂ ସର୍ତ୍ତାବଳୀ – PhonePe ଚେକଆଉଟ (“ସର୍ତ୍ତାବଳୀ“) ଭଲ ଭାବରେ ପଢ଼ନ୍ତୁ। ଏହି ସର୍ତ୍ତାବଳୀ ହେଉଛି ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତରେ ପଞ୍ଜିକୃତ କାର୍ଯ୍ୟାଳୟ ଥିବା ଆପଣ ଏବଂ PhonePe ପ୍ରାଇଭେଟ ଲିମିଟେଡ (“PhonePe“) ମଧ୍ୟରେ ଏକ ବାଧ୍ୟତାମୂଳକ ଆଇନଗତ ଚୁକ୍ତି। ଆପଣ ରାଜି ହୁଅନ୍ତି ଏବଂ ସ୍ୱୀକାର କରନ୍ତି ଯେ ଆପଣ ନିମ୍ନରେ ଦିଆଯାଇଥିବା ସର୍ତ୍ତାବଳୀ ପଢ଼ିଛନ୍ତି। ଯଦି ଆପଣ ଏହି ସର୍ତ୍ତାବଳୀରେ ରାଜି ନୁହଁନ୍ତି କିମ୍ବା ଏହି ସର୍ତ୍ତାବଳୀରେ ବାନ୍ଧି ରହିବାକୁ ଚାହାଁନ୍ତି ନାହିଁ, ତେବେ ଆପଣ PhonePe ଚେକଆଉଟ ବ୍ୟବହାର ନକରିବାକୁ ଚୟନ କରିପାରନ୍ତି।

“ଆପଣ”, “ଆପଣଙ୍କ” – PhonePeର ଯେ କୌଣସି ପଞ୍ଜିକୃତ ୟୁଜରଙ୍କୁ ବୁଝାଏ ଯିଏ PhonePe ଚେକଆଉଟ ଆକ୍ସେସ କରୁଛନ୍ତି।

PhonePe ଏକ ସଫ୍ଟୱେୟାର/ପ୍ଲାଟଫର୍ମ ବିକଶିତ କରିଛି ଯାହା ମାଧ୍ୟମରେ ଆପଣଙ୍କୁ PhonePe (ଏହା ପରେ “PhonePe  କ୍ଲାଏଣ୍ଟ” ଭାବରେ ଉଲ୍ଲେଖିତ)ର ନିର୍ଦ୍ଦିଷ୍ଟ ମର୍ଚାଣ୍ଟ(ଗୁଡ଼ିକ)/କ୍ଲାଏଣ୍ଟ(ଗୁଡ଼ିକ)ର କ୍ଲାଏଣ୍ଟ ପ୍ଲାଟଫର୍ମ (ନିମ୍ନରେ ବର୍ଣ୍ଣନା କରାଯାଇଛି)ରେ ଆପଣଙ୍କ ଚେକଆଉଟ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଏକ ବିକଳ୍ପ ପ୍ରଦାନ କରାଯିବ। ଏହି ସେବାର ଏକ ଅଂଶ ଭାବରେ, ଆପଣଙ୍କୁ PhonePe ଦ୍ୱାରା ଏକ ବିକଳ୍ପ ପ୍ରଦାନ କରାଯିବ (PhonePe କ୍ଲାଏଣ୍ଟଙ୍କ ୱେବସାଇଟ/ ମୋବାଇଲ ଆପ୍ଲିକେସନ/ ଅନ୍ୟ ପ୍ଲାଟଫର୍ମର ଚେକଆଉଟ ପୃଷ୍ଠାରେ (ଏହା ପରେ “କ୍ଲାଏଣ୍ଟ ପ୍ଲାଟଫର୍ମ” ଭାବରେ ଉଲ୍ଲେଖିତ) ଯାହା କ୍ଲାଏଣ୍ଟ ପ୍ଲାଟଫର୍ମରେ ଆପଣଙ୍କ ପ୍ରଡକ୍ଟ/ ସେବା ଚେକଆଉଟ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ (ଯେଉଁଥିରେ ଏହା ଅନ୍ତର୍ଭୁକ୍ତ ହୋଇପାରେ, କିନ୍ତୁ ଏତିକିରେ ସୀମିତ ନୁହେଁ, (i) ସିପିଂ ପଦ୍ଧତି ସୁନିଶ୍ଚିତ କରି କୁପନ ଯୋଡ଼ିବା (ଯଦି ପ୍ରଯୁଜ୍ୟ); (ii) ପ୍ରାପ୍ତକାରୀଙ୍କ ନାମ, ଡେଲିଭରୀ ଠିକଣା ଏବଂ ସମ୍ବନ୍ଧିତ ଫୋନ ନମ୍ବର (ଏହା ପରେ ସାମୂହିକ ଭାବରେ “ଠିକଣା” ଭାବରେ ଉଲ୍ଲେଖିତ) ସୁନିଶ୍ଚିତ କରିବା/ଯୋଡ଼ିବା; ଏବଂ (iii) ପେମେଣ୍ଟ ପ୍ରଦାନ କରିବା)। ଏହି ଅନୁଚ୍ଛେଦରେ ବର୍ଣ୍ଣିତ ସେବାକୁ ଏହି ସର୍ତ୍ତାବଳୀ ଅଧୀନରେ PhonePe ଚେକଆଉଟ ବୋଲି କୁହାଯାଏ।

PhonePe ଚେକଆଉଟ ସେବା ପାଇବାକୁ, ଆପଣଙ୍କୁ କ୍ଲାଏଣ୍ଟ ପ୍ଲାଟଫର୍ମରେ ଦିଆଯାଇଥିବା ବଟନ /ଟାବ ଉପରେ କ୍ଲିକ/ଟାପ୍‍ କରିବାକୁ ପଡ଼ିବ ଯାହା ଆପଣଙ୍କ ଚେକଆଉଟ ଯାତ୍ରା ସମୟରେ ଡିସପ୍ଲେ ହେବ। କ୍ଲିକ/ଟାପ୍‍ କରିବା ପରେ, ଆପଣଙ୍କୁ PhonePeର ମୋବାଇଲ ଆପ୍ଲିକେସନ/ ପ୍ଲାଟଫର୍ମ / ମୋବାଇଲ ସାଇଟ / ୱେବସାଇଟ (କିମ୍ବା PhonePe ଦ୍ୱାରା ସମୟ ସମୟରେ ବିସ୍ତାର କରାଯାଇପାରୁଥିବା ଅନ୍ୟ କୌଣସି ପ୍ଲାଟଫର୍ମ)କୁ ପୁନଃନିର୍ଦ୍ଦେଶିତ କରାଯିବ, ଯାହା ପରେ “PhonePe ପ୍ଲାଟଫର୍ମ” ଭାବରେ ପରିଚିତ ହୁଏ। ଏହା ଦ୍ୱାରା ସ୍ପଷ୍ଟ କରାଯାଉଛି  ଯେ ବଟନ/ଟାବ୍‍ ଏବଂ ୟୁଜର ପ୍ରବାହରେ ଡିସପ୍ଲେ ହେଉଥିବା ପରିଭାଷା/ ଭାରବିଏଜ (ଏହି ସର୍ତ୍ତାବଳୀରେ ପ୍ରଦାନ କରାଯାଇଥିବା PhonePe ଚେକଆଉଟ ସେବାର ଲାଭ ଉଠାଇବା ପାଇଁ) ଏହି ସମ୍ପର୍କରେ ଆପଣଙ୍କୁ କୌଣସି ନୋଟିସ ପ୍ରଦାନ ନକରି PhonePe ଦ୍ୱାରା ସଂଶୋଧନ କରାଯାଇପାରିବ।

PhonePe ୱେବସାଇଟ ଏବଂ/କିମ୍ବା PhonePe ମୋବାଇଲ ଆପ୍ଲିକେସନରେ ଏକ ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରି PhonePe ଯେ କୌଣସି ସମୟରେ ଏହି ସର୍ତ୍ତାବଳୀକୁ ସଂଶୋଧନ କରିପାରେ। ଏହି ସର୍ତ୍ତାବଳୀର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରିବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ଯଦି କୌଣସି ଅପଡେଟ/ପରିବର୍ତ୍ତନ ହୁଏ, ତେବେ ଏହି ସର୍ତ୍ତାବଳୀଗୁଡ଼ିକୁ ସମୟ ସମୟରେ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ। ପରିବର୍ତ୍ତନଗୁଡ଼ିକ ପୋଷ୍ଟ କରିବା ପରେ PhonePe ଚେକଆଉଟକୁ ଆପଣ ବ୍ୟବହାର କରିବାର ଅର୍ଥ ହେଉଛି ସେହି ସଂଶୋଧନ(ଗୁଡ଼ିକ)/ପରିବର୍ତ୍ତନ(ଗୁଡ଼ିକ)ରେ ଆପଣ ସହମତ ଏବଂ ଏହା ହିଁ ଆପଣଙ୍କ ସ୍ୱୀକୃତି ଏବଂ ଚୁକ୍ତିନାମା।

ସାଧାରଣ ଚୁକ୍ତି ଏବଂ ସର୍ତ୍ତାବଳୀ

  1. PhonePe ଚେକଆଉଟ ପ୍ରାପ୍ତ କରିବା/ବ୍ୟବହାର କରିବାରେ ଆପଣ ଅଗ୍ରସର ହେବା ପାଇଁ ଆପଣଙ୍କୁ ଆପଣଙ୍କ କ୍ରେଡେନସିଆଲ (OTP ଏବଂ/କିମ୍ବା ଅନ୍ୟ କୌଣସି ମୋଡ ମାଧ୍ୟମରେ ଯେପରି  PhonePe ଉପଯୁକ୍ତ ମନେ କରିପାରେ) ପ୍ରମାଣ କରିବା ଆବଶ୍ୟକ ହୋଇପାରେ। ଏହା ସହ, ଏହା ବିବେଚନା କରାଯିବ ଯେ PhonePe ଚେକଆଉଟ ପ୍ରାପ୍ତ କରୁଥିବା ୟୁଜର ଆପଣ ଅଟନ୍ତି ଯେ ପର୍ଯ୍ୟନ୍ତ କ୍ଲାଏଣ୍ଟ ପ୍ଲାଟଫର୍ମ ଏବଂ / କିମ୍ବା PhonePe ପ୍ଲାଟଫର୍ମରେ ଲଗଇନ ଆପଣଙ୍କ ଲଗଇନ ବିବରଣୀ / ଆକାଉଣ୍ଟ / କ୍ରେଡେନସିଆଲ ସହିତ ହୋଇଥାଏ।
  2. ସଫଳ ପ୍ରମାଣୀକରଣ ପରେ (ଯଦି ଆବଶ୍ୟକ ହୁଏ), ଆପଣଙ୍କୁ PhonePe ଚେକଆଉଟର ବ୍ୟବହାର ସମ୍ବନ୍ଧରେ PhonePe ପ୍ଲାଟଫର୍ମକୁ ଆକ୍ସେସ ପ୍ରଦାନ କରାଯିବ।
  3. PhonePe ଚେକଆଉଟ ସମ୍ବନ୍ଧରେ, PhonePe ସମ୍ପୃକ୍ତ PhonePe କ୍ଲାଏଣ୍ଟରୁ ଆପଣଙ୍କ କାର୍ଟ ବିବରଣୀ (ଚୟନିତ ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ), ପରିମାଣ, ମୂଲ୍ୟ, ମୋଟ ରାଶି, ଡେଲିଭରି ଚାର୍ଜ ଅନ୍ତର୍ଭୁକ୍ତ, କିନ୍ତୁ ଏତିକିରେ ସୀମିତ ନୁହେଁ) ଆଣିବ, ଯେଉଁଥିରୁ ଆପଣ ସେହି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) ଲାଭ କରିବାକୁ ଚାହୁଁଛନ୍ତି। ଆପଣ ସମ୍ପୃକ୍ତ PhonePe କ୍ଲାଏଣ୍ଟଠାରୁ ଏଭଳି ଡାଟା (ଏହି ଅନୁଚ୍ଛେଦରେ ଯେମିତି ପ୍ରଦାନ କରାଯାଇଛି) ହାସଲ ଏବଂ ପ୍ରକ୍ରିୟାକରଣ କରିବାକୁ PhonePeକୁ ସମ୍ମତି ଦିଅନ୍ତି।
  4. ଆପଣ ଏହା ଦ୍ୱାରା ବୁଝନ୍ତି ଏବଂ ରାଜି ହୁଅନ୍ତି ଯେ ସମ୍ପୃକ୍ତ PhonePe କ୍ଲାଏଣ୍ଟରୁ PhonePe ଦ୍ୱାରା ପ୍ରାପ୍ତ ଏବଂ PhonePe ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା ଏଭଳି ସମସ୍ତ ଡାଟାର ସମୀକ୍ଷା ଏବଂ ସୁନିଶ୍ଚିତ କରିବା (କ୍ରୟ ପ୍ରକ୍ରିୟା/ ସମ୍ପୂର୍ଣ୍ଣ କରିବା ପୂର୍ବରୁ) ଆପଣଙ୍କ ଦାୟିତ୍ୱ ହେବ।
  5. PhonePe କ୍ଲାଏଣ୍ଟରୁ PhonePe ଦ୍ୱାରା ପ୍ରାପ୍ତ ହୋଇଥିବା ଏଭଳି ଡାଟା ସହିତ, PhonePe, ଯେଉଁଠାରେ ସମ୍ଭବ, PhonePe ପ୍ଲାଟଫର୍ମରେ ଆପଣଙ୍କ ଦ୍ଵାରା ଯୋଡ଼ାଯାଇଥିବା ଠିକଣାକୁ ପପୁଲେଟ/ଡିସପ୍ଲେ କରିବ ଯାହା ସମ୍ପୃକ୍ତ ପ୍ରଡକ୍ଟ/ସେବାର କ୍ରୟ ପ୍ରାପ୍ତ କରିବା ସମୟରେ ଆପଣଙ୍କ ଦ୍ୱାରା ବ୍ୟବହାର/ସୁନିଶ୍ଚିତ/ପ୍ରଦାନ କରାଯାଇପାରେ। ଡେଲିଭେରୀ ଠିକଣା ଭାବରେ ଆପଣଙ୍କ ପାଖରେ କୌଣସି ବୈକଳ୍ପିକ ଠିକଣା ଯୋଡ଼ିବାର ବିକଳ୍ପ ମଧ୍ୟ ରହିବ।
  6. ଆପଣ ଏହା ଦ୍ୱାରା ବୁଝନ୍ତି ଯେ କାର୍ଟ ବିବରଣୀ (ମୂଲ୍ୟ, ପ୍ରଡକ୍ଟ ଉପଲବ୍ଧତା, ଡେଲିଭରୀ ଚାର୍ଜ ଅନ୍ତର୍ଭୁକ୍ତ କରେ କିନ୍ତୁ ଏତିକିରେ ସୀମିତ ନୁହେଁ) ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ଡେଲିଭରୀ ଠିକଣା ଉପରେ ଆଧାର କରି ଭିନ୍ନ ହୋଇପାରେ। ପେମେଣ୍ଟ କରିବା ପୂର୍ବରୁ ଆପଣ ଏହାକୁ ସତର୍କତାର ସହ ସମୀକ୍ଷା କରିବାକୁ ରାଜି ହୁଅନ୍ତି।
  7. ଆପଣ ଆହୁରି ବୁଝିଛନ୍ତି ଯେ PhonePe ଚେକଆଉଟ ମାଧ୍ୟମରେ, PhonePe କେବଳ ଆପଣଙ୍କୁ ସମ୍ପୃକ୍ତ PhonePe କ୍ଲାଏଣ୍ଟରୁ ଲାଭ/କ୍ରୟ କରିବାକୁ ଚାହୁଁଥିବା ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) ପାଇଁ ଆପଣଙ୍କ ଚେକଆଉଟ ସମ୍ପୂର୍ଣ୍ଣ କରିବାକୁ ସକ୍ଷମତା/ସୁବିଧା ପ୍ରଦାନ କରୁଛି। ଏହା ସହ, ଆପଣ ବୁଝିଛନ୍ତି ଯେ ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର ପୂରଣ/ବିକ୍ରି ପରର ସେବା PhonePe କ୍ଲାଏଣ୍ଟର ଏକମାତ୍ର ଦାୟିତ୍ୱ ହେବ।
  8. ଯେ କୌଣସି ପରିସ୍ଥିତିରେ ଗୁଣବତ୍ତା, ବାଣିଜ୍ୟଯୋଗ୍ୟତା, ତ୍ରୁଟି, ଅଣ-ଡେଲିଭରୀ, ଏପରି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର ଡେଲିଭରୀରେ ବିଳମ୍ବ ସମ୍ବନ୍ଧୀୟ ସମସ୍ତ ବିବାଦ/ସମସ୍ୟା ସମେତ ଏହିପରି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) ସମ୍ବନ୍ଧରେ କୌଣସି ବିବାଦ/ସମସ୍ୟାର ସମାଧାନ ଆପଣ ଓ ସମ୍ପୃକ୍ତ PhonePe କ୍ଲାଏଣ୍ଟ ମଧ୍ୟରେ ହେବ ଏବଂ ଏଥିରେ PhonePe କୌଣସି ପରିସ୍ଥିତିରେ ଏକ ପକ୍ଷ ହେବନାହିଁ ବୋଲି ଆପଣ ବୁଝିଛନ୍ତି ଏବଂ ରାଜି ହୁଅନ୍ତି। ଏହା ସହିତ, ଏଭଳି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର କ୍ରୟ (ରିଟର୍ନ/ରିଫଣ୍ଡ ଅବଧି ଅନ୍ତର୍ଭୁକ୍ତ, କିନ୍ତୁ ଏତିକିରେ ସୀମିତ ନୁହେଁ) ସମ୍ପୃକ୍ତ PhonePe କ୍ଲାଏଣ୍ଟର ଚୁକ୍ତି ଓ ସର୍ତ୍ତାବଳୀ ଦ୍ୱାରା ନିୟନ୍ତ୍ରିତ ହେବ। ଏପରି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର କ୍ରୟ/ଲାଭ କରିବା ପୂର୍ବରୁ PhonePe କ୍ଲାଏଣ୍ଟ ଦ୍ୱାରା ପ୍ରଦାନ/ପ୍ରଯୁଜ୍ୟ ହୋଇଥିବା ଏପରି ନିୟମ ଏବଂ ସର୍ତ୍ତାବଳୀର ସମୀକ୍ଷା କରିବାକୁ ଆପଣଙ୍କୁ ଦୃଢ଼ ପରାମର୍ଶ ଦିଆଯାଉଛି।
  9. ଆପଣ ଏହା ଦ୍ୱାରା ବୁଝନ୍ତି ଏବଂ ରାଜି ହୁଅନ୍ତି ଯେ PhonePe, ଆପଣ କ୍ରୟ କରିଥିବା ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) ସମ୍ବନ୍ଧରେ, PhonePe ଚେକଆଉଟ (ନିର୍ଦ୍ଦିଷ୍ଟ କ୍ରୟ ସମ୍ବନ୍ଧରେ)ରେ ଆପଣଙ୍କ ଦ୍ୱାରା ପ୍ରଦାନ/ସୁନିଶ୍ଚିତ ହୋଇଥିବା ଡାଟା ସମ୍ପୃକ୍ତ PhonePe କ୍ଲାଏଣ୍ଟ ସହିତ ଶେୟାର କରିବ ଯେଉଁଠାରୁ ଆପଣ ପ୍ରଡକ୍ଟ/ସେବା କ୍ରୟ/ଲାଭ କରୁଛନ୍ତି। ଆପଣ ରାଜି ହୁଅନ୍ତି ଯେ, PhonePe ଦ୍ୱାରା ଏଭଳି ଡାଟା ଶେୟାର ହେବା ପରେ, PhonePe କ୍ଲାଏଣ୍ଟ ଦ୍ୱାରା ଏପରି ଡାଟାର ବ୍ୟବହାର/ପ୍ରକ୍ରିୟାକରଣ ସମ୍ବନ୍ଧରେ PhonePe କୌଣସି ପରିସ୍ଥିତିରେ ଦାୟୀ ରହିବ ନାହିଁ। ଏହା ସହିତ, PhonePe ଚେକଆଉଟରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ଡାଟା PhonePe ଷ୍ଟୋର/ରିଷ୍ଟୋର ଏବଂ ପ୍ରକ୍ରିୟାକରଣ କରିବାକୁ ମଧ୍ୟ ଆପଣ ରାଜି ହୁଅନ୍ତି।
  10. PhonePe ଚେକଆଉଟର ଏକ ଅଂଶ ଭାବରେ, PhonePe ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର କ୍ରୟ/ଲାଭ ସମ୍ବନ୍ଧରେ ଆପଣଙ୍କ ପାଇଁ ପେମେଣ୍ଟ ସୁବିଧା କରିବ। ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ/ପଦ୍ଧତି ଉପରେ ନିର୍ଭର କରି, PhonePe ପ୍ଲାଟଫର୍ମରେ ପ୍ରଦାନ କରାଯାଇଥିବା ସମ୍ପୃକ୍ତ ଚୁକ୍ତି ଏବଂ ସର୍ତ୍ତାବଳୀ (ସମ୍ପୃକ୍ତ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ/ପଦ୍ଧତି ପାଇଁ ପ୍ରଯୁଜ୍ୟ) ପ୍ରଯୁଜ୍ୟ ହେବ। ଏଭଳି ଚୁକ୍ତି ଏବଂ ସର୍ତ୍ତାବଳୀ ଏଠାରେ ରେଫରେନ୍ସ ମାଧ୍ୟମରେ ଅନ୍ତର୍ଭୁକ୍ତ ବୋଲି ବିବେଚନା କରାଯିବ।
  11. PhonePe ଚେକଆଉଟ ସମ୍ବନ୍ଧରେ ଆପଣଙ୍କୁ (PhonePe/PhonePe କ୍ଲାଏଣ୍ଟ/କୌଣସି ତୃତୀୟ ପକ୍ଷ ଦ୍ୱାରା) କିଛି ଅଫର୍‍ ଦିଆଯାଇଥାଇପାରେ। ଆପଣ ରାଜି ହୁଅନ୍ତି ଯେ ଏଭଳି ଅଫରରେ ଅଂଶଗ୍ରହଣ କରିବା ଦ୍ଵାରା ଆପଣ ସମ୍ପୃକ୍ତ ଅଫରର ଚୁକ୍ତି ଏବଂ ସର୍ତ୍ତାବଳୀରେ ମଧ୍ୟ ରାଜି ହୁଅନ୍ତି। ଆପଣ ରାଜି ହୁଅନ୍ତି ଯେ ଏଭଳି ଅଫର୍‍ ସମ୍ବନ୍ଧରେ କୌଣସି ବିବାଦ/ସମସ୍ୟା କେବଳ ଆପଣ ଏବଂ ଏହି ଅଫର୍‍ ଦେଉଥିବା ପକ୍ଷ ମଧ୍ୟରେ ପରିଚାଳନା କରାଯିବ।

ଅନ୍ୟାନ୍ୟ

  1. ଆପଣ ଯେ କୌଣସି କିମ୍ବା ସମସ୍ତ ହାନି, କ୍ଷତି, କାର୍ଯ୍ୟ, ଦାବି ଏବଂ ଦାୟିତ୍ୱ (ଆଇନଗତ ଖର୍ଚ୍ଚ ସମେତ)ରୁ PhonePe ଓ ଏହାର ଆଫିଲିଏଟ, କର୍ମଚାରୀ, ନିର୍ଦ୍ଦେଶକ, ଅଧିକାରୀ, ଏଜେଣ୍ଟ ଏବଂ ପ୍ରତିନିଧିମାନଙ୍କୁ ଇନଡେମନିଫାଏ ରଖିବେ ଏବଂ ଏମିତି ସମସ୍ତ କ୍ଷତିରୁ ମୁକ୍ତ ରଖିବେ ବୋଲି ରାଜି ହୁଅନ୍ତି,  ଯାହା PhonePe ଚେକଆଉଟର ଆପଣଙ୍କ ବ୍ୟବହାର/ଆକ୍ସେସ କିମ୍ବା PhonePe କ୍ଲାଏଣ୍ଟରୁ ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର କ୍ରୟ/ଲାଭ ସମ୍ବନ୍ଧରେ ସୃଷ୍ଟି ହୋଇପାରେ।

    କୌଣସି ପରିସ୍ଥିତିରେ ବ୍ୟବହାର କିମ୍ବା ଦିଆଯାଇଥିବା ସୂଚନା ବ୍ୟବହାର କରିବାରେ ଅସମର୍ଥତା ପାଇଁ ବା ଚୁକ୍ତିନାମା, ଅବହେଳା, ଟର୍ଟ, ୱାରେଣ୍ଟି କିମ୍ବା ଅନ୍ୟ କାରଣ ଯୋଗୁଁ ଉପୁଜିଥିବା କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ବିଶେଷ କିମ୍ବା ଦଣ୍ଡନୀୟ କ୍ଷତି ପାଇଁ PhonePe ଦାୟୀ ହେବ ନାହିଁ, ଏତିକିରେ ସୀମିତ ନକରି ଯେଉଁଥିରେ ଲାଭ କିମ୍ବା ଆୟରେ ହାନି, ବ୍ୟବସାୟରେ ବାଧା, ବ୍ୟବସାୟିକ ସୁଯୋଗ ହରାଇବା, ଡାଟା ହରାଇବା କିମ୍ବା ଅନ୍ୟ ଅର୍ଥନୈତିକ ସ୍ୱାର୍ଥ ହରାଇବାକୁ ପଡ଼ିବ, ଏସବୁ ପାଇଁ PhonePe ଦାୟୀ ରହିବ ନାହିଁ।
  2. ଆଇନର ଦ୍ୱନ୍ଦ୍ୱ ଥିଲେ ବି ଏହି ସର୍ତ୍ତାବଳୀ ଭାରତର ଆଇନ ଦ୍ୱାରା ପରିଚାଳିତ ହେବ। ଏହି ସର୍ତ୍ତାବଳୀ ସମ୍ବନ୍ଧରେ ଆପଣ ଏବଂ PhonePe ମଧ୍ୟରେ ଯଦି କୌଣସି ଦାବି କିମ୍ବା ବିବାଦ ସମ୍ପୂର୍ଣ୍ଣ ଭାବରେ କିମ୍ବା ଆଂଶିକ ଭାବରେ ଉପୁଜେ ତାହା କେବଳ ବାଙ୍ଗାଲୋରରେ ଅବସ୍ଥିତ ନ୍ୟାୟାଳୟରେ ନିର୍ଣ୍ଣୟ କରାଯିବ।
  3. PhonePe ଏହି ସର୍ତ୍ତାବଳୀ ଅନୁଯାୟୀ ଉପଲବ୍ଧ ହେଉଥିବା PhonePe ଚେକଆଉଟ ସେବାଗୁଡ଼ିକର ସଠିକତା ଏବଂ ସତ୍ୟତା ସମ୍ବନ୍ଧରେ ପ୍ରକାଶିତ କିମ୍ବା ଇଙ୍ଗିତପୂର୍ଣ୍ଣ ସମସ୍ତ ୱାରେଣ୍ଟିକୁ ଅସ୍ୱୀକାର କରେ।
  4. PhonePe ବ୍ୟବହାରର ସର୍ତ୍ତାବଳୀ ଏବଂ PhonePe ଗୋପନୀୟତା ନୀତି ଏହି ସର୍ତ୍ତାବଳୀରେ ରେଫରେନ୍ସ ଦ୍ୱାରା ଅନ୍ତର୍ଭୁକ୍ତ ବୋଲି ବିବେଚନା କରାଯିବ।
PhonePe Logo

Business Solutions

  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • PhonePe Lending
  • POS Machine
  • Payment Links

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved
PhonePe Logo

Business Solutions

arrow icon
  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • PhonePe Lending
  • POS Machine
  • Payment Links

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

arrow icon
  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved