PhonePe | Logo
Our Solutions
For Businesses
For Consumers
menu
Offline PaymentsAccept payments & get notified
menu
Payment GatewayAccept online payments
menu
Payment Gateway PartnerRefer and earn commissions
menu
Payment LinksCreate links to collect payments
menu
Merchant LendingAccess business loans
menu
SwitchList your app on Switch
menu
PhonePe AdsAdvertise on PhonePe apps
menu
PhonePe GuardianDetect fraud and manage risk
See Allright-arrow
menu
InsuranceSecure your financial future
menu
InvestmentsManage and grow wealth
menu
Consumer LendingSecure personal loans
menu
GoldInvest in digital gold
Press
Careers
About Us
Blog
Contact Us
Trust & Safety
PhonePe | Hamburger Menu
✕
Home
Our Solutions
For Businessesarrow
icon
Offline Payments
icon
Payment Gateway
icon
Payment Gateway Partner
icon
Payment Links
icon
Merchant Lending
icon
Switch
icon
PhonePe Ads
icon
PhonePe Guardian
See all

For Consumersarrow
icon
Insurance
icon
Investments
icon
Consumer Lending
icon
Gold
Press
Careers
About Us
Blog
Contact Us
Trust & Safety
Privacy Policy

ନ୍ୟୁଜଲେଟର – ସବସ୍କ୍ରିପସନର ଚୁକ୍ତି ଏବଂ ସର୍ତ୍ତାବଳୀ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ଏହି ଡକ୍ୟୁମେଣ୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 (“ଅଧିନିୟମ”), ବିଭିନ୍ନ ସମୟରେ ଏହାର ସଂଶୋଧନ, ଏହା ଅନ୍ତର୍ଗତ ପ୍ରଯୁଜ୍ୟ ନିୟମାବଳୀ ଏବଂ ଏହି ଅଧିନିୟମ ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମରେ ଇଲେକ୍ଟ୍ରୋନିକ ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହା କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତ ଆବଶ୍ୟକ କରେ ନାହିଁ।

ନ୍ୟୁଜଲେଟର (ନିମ୍ନରେ ବର୍ଣ୍ଣନା କରାଯାଇଛି)କୁ ସବସ୍କ୍ରାଇବ ଏବଂ ଆକ୍ସେସ କରିବା ପୂର୍ବରୁ ଦୟାକରି ଏହି ଚୁକ୍ତି ଏବଂ ସର୍ତ୍ତାବଳୀ (“ସର୍ତ୍ତାବଳୀ”) ଭଲ ଭାବରେ ପଢ଼ନ୍ତୁ। ଏହି ସର୍ତ୍ତାବଳୀ ଆପଣଙ୍କ ଦ୍ଵାରା ନ୍ୟୁଜଲେଟରର ଆକ୍ସେସ ଏବଂ/କିମ୍ବା ସବସ୍କ୍ରିପସନକୁ ପରିଚାଳନା କରିଥାଏ ଏବଂ ଏହା ଅଫିସ-2, ଫ୍ଲୋର – 5, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବେଙ୍ଗାଲୁରୁ, କର୍ଣ୍ଣାଟକ – 560103, ଭାରତରେ ପଞ୍ଜୀକୃତ କାର୍ଯ୍ୟାଳୟ ଥିବା PhonePe ପ୍ରାଇଭେଟ ଲିମିଟେଡ ଏବଂ ଆପଣଙ୍କ ମଧ୍ୟରେ ଏକ ବାଧ୍ୟତାମୂଳକ ଆଇନଗତ ଚୁକ୍ତି ଅଟେ।

ଏହି ସର୍ତ୍ତାବଳୀ ଅଧୀନରେ ‘PhonePe’ କହିଲେ ଏହାର ଆଫିଲିଏଟ, ସହଯୋଗୀ, ସହାୟକ କମ୍ପାନୀ, ଗ୍ରୁପ କମ୍ପାନୀ, ସେମାନଙ୍କର ସମ୍ପୃକ୍ତ ଅଧିକାରୀ, ଡାଇରେକ୍ଟର, କର୍ମଚାରୀ, ପ୍ରତିନିଧି ଏବଂ ଏଜେଣ୍ଟମାନଙ୍କୁ ବୁଝାଇବ ଏବଂ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବ। ଆପଣ ରାଜି ହୁଅନ୍ତି ଏବଂ ସ୍ଵୀକାର କରନ୍ତି ଯେ ଆପଣ ଏହି ସର୍ତ୍ତାବଳୀ ପଢ଼ିଛନ୍ତି ଏବଂ ଯଦି ଆପଣ ଏହି ସର୍ତ୍ତାବଳୀରେ ବାନ୍ଧି ହୋଇ ରହିବାକୁ ରାଜି ନୁହଁନ୍ତି କିମ୍ବା ଚାହାଁନ୍ତି ନାହିଁ, ତେବେ ଆପଣ କୌଣସି ପ୍ରକାରେ ମଧ୍ୟ ନ୍ୟୁଜଲେଟରକୁ ଆକ୍ସେସ ଏବଂ/କିମ୍ବା ସବସ୍କ୍ରାଇବ କରିବେ ନାହିଁ। ଆପଣ ଏହା ମଧ୍ୟ ବୁଝନ୍ତି ଯେ ଏଥିସହିତ ଅନ୍ୟ ୱେବସାଇଟ ନୀତି, ସାଧାରଣ କିମ୍ବା ପ୍ରଡକ୍ଟ ନିର୍ଦ୍ଦିଷ୍ଟ ଚୁକ୍ତି ଏବଂ ସର୍ତ୍ତାବଳୀ ଯାହା PhonePe ପ୍ଲାଟଫର୍ମ (ନିମ୍ନରେ ବର୍ଣ୍ଣନା କରାଯାଇଛି)ରେ ଉପଲବ୍ଧ ଏବଂ ବିଭିନ୍ନ ସମୟରେ ସଂଶୋଧିତ, ତାହା ଆପଣଙ୍କର PhonePe ପ୍ଲାଟଫର୍ମର ବ୍ୟବହାର/ଆକ୍ସେସ ଆଧାରରେ ଆପଣଙ୍କ ସବସ୍କ୍ରାଇବ ପ୍ରଯୁଜ୍ୟ ହେବ। ଆମେ ଯେକୌଣସି ସମୟରେ PhonePeର ମାଲିକାନାରେ ଥିବା/ହୋଷ୍ଟ ହୋଇଥିବା/ସଂଚାଳିତ/ପରିଚାଳିତ PhonePe ୱେବସାଇଟ(ଗୁଡ଼ିକ), PhonePe ମୋବାଇଲ ଆପ୍ଲିକେସନ(ଗୁଡ଼ିକ) ଏବଂ ଅନ୍ୟ କୌଣସି ଡିଭାଇସ/ସମ୍ପତ୍ତି (ସାମୂହିକ ଭାବରେ “PhonePe ପ୍ଲାଟଫର୍ମ” ଭାବେ ପରିଚିତ)ରେ ଏକ ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରି ଏହି ସର୍ତ୍ତାବଳୀର ସଂଶୋଧନ କରିପାରୁ। ଏହି ସର୍ତ୍ତାବଳୀର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ ହେବା ସଙ୍ଗେ ସଙ୍ଗେ ତାହା କାର୍ଯ୍ୟକାରୀ ହେବ। ଏହି ଅପଡେଟ/ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ଚୁକ୍ତିକୁ ନିୟମିତ ସମୟ ବ୍ୟବଧାନରେ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ ଏବଂ ଏହିପରି ପରିବର୍ତ୍ତନଗୁଡ଼ିକ ପୋଷ୍ଟ ହେବା ପରେ ଆପଣଙ୍କ ଦ୍ୱାରା PhonePe ପ୍ଲାଟଫର୍ମର ନିରନ୍ତର ବ୍ୟବହାରର ଅର୍ଥ ଆପଣ ଚୁକ୍ତିର ସମସ୍ତ ଅପଡେଟ/ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି। ଏହି ଚୁକ୍ତି ସହିତ ଯୋଗ କରିବା ପାଇଁ ଉଦ୍ଦିଷ୍ଟ କିମ୍ବା ଏହାର ବିରୋଧିତା କରୁଥିବା ଆପଣଙ୍କ ଦ୍ୱାରା ପ୍ରସ୍ତାବିତ କୌଣସି ଚୁକ୍ତି ଏବଂ ସର୍ତ୍ତାବଳୀ ଯଦି PhonePe ଦ୍ୱାରା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରାହୋଇଛି, ତେବେ ତାହାର କୌଣସି ପ୍ରଭାବ ରହିବ ନାହିଁ କିମ୍ବା ତାହା କାର୍ଯ୍ୟକାରୀ ହେବ ନାହିଁ। ଯେପର୍ଯ୍ୟନ୍ତ ଆପଣ ଏହି ସର୍ତ୍ତାବଳୀକୁ ପାଳନ କରନ୍ତି, ସେପର୍ଯ୍ୟନ୍ତ ଆମେ ଆପଣଙ୍କୁ ନ୍ୟୁଜଲେଟରକୁ ସବସ୍କ୍ରାଇବ ଏବଂ ଆକ୍ସେସ କରିବା ପାଇଁ ଏକ ବ୍ୟକ୍ତିଗତ, ଅଣ-ସ୍ୱତନ୍ତ୍ର, ଅଣ-ହସ୍ତାନ୍ତରଯୋଗ୍ୟ ସୀମିତ ଅଧିକାର ପ୍ରଦାନ କରିଥାଉ।

  1. ସଂଜ୍ଞା
    • “ନ୍ୟୁଜଲେଟର” ଅର୍ଥ ପର୍ଯ୍ୟାୟକ୍ରମେ ଜାରି କରାଯାଇଥିବା ଏକ ଲିଖିତ ରିପୋର୍ଟ ଏବଂ ସମ୍ବାଦର ବିଶ୍ଳେଷଣ ଯାହା ଏକ ବିଶେଷ ଆଗ୍ରହ ଥିବା ଲୋକଙ୍କୁ ପ୍ରାୟତଃ ପୂର୍ବାନୁମାନ ବିଷୟରେ ସୂଚନା ପ୍ରଦାନ କରିଥାଏ ଏବଂ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥାଏ ତଥା ସେମାନଙ୍କ ମଧ୍ୟରେ ବିତରଣ କରାଯାଇଥାଏ।
    • “ଆମେ”, “ଆମକୁ”, “ଆମର” ଅର୍ଥ PhonePe ଅଟେ।
    • “ଆପଣ”, “ଆପଣଙ୍କ” ଅର୍ଥ PhonePeର ଜଣେ ୟୁଜର/ଗ୍ରାହକ ଅଟନ୍ତି।
  1. ଯୋଗ୍ୟତା
    • ନ୍ୟୁଜଲେଟରକୁ ଆକ୍ସେସ/ବ୍ୟବହାର ଏବଂ/କିମ୍ବା ସବସ୍କ୍ରାଇବ କରି ଆପଣ ବର୍ଣ୍ଣନା କରନ୍ତି, ପ୍ରତିଶ୍ରୁତି ଏବଂ ଆଶ୍ଵାସନା ଦିଅନ୍ତି ଯେ:
      • ଆପଣଙ୍କ ବୟସ 18 ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ଆଇନଗତ ଭାବରେ ବାଧ୍ୟତାମୂଳକ ଚୁକ୍ତି କରିବାକୁ ଆପଣ ସକ୍ଷମ ଅଟନ୍ତି।
      • ସବୁ ସମୟରେ ଆପଣ ଏହି ସର୍ତ୍ତାବଳୀ, ଅନ୍ୟାନ୍ୟ ୱେବସାଇଟ ନୀତି, ସାଧାରଣ/ପ୍ରଡକ୍ଟ ନିର୍ଦ୍ଦିଷ୍ଟ ଚୁକ୍ତି ଏବଂ ସର୍ତ୍ତାବଳୀ, ଯାହା PhonePe ପ୍ଲାଟଫର୍ମରେ ଉପଲବ୍ଧ ଏବଂ ସମୟ ସମୟରେ ସଂଶୋଧିତ ହୋଇଥାଏ, ସେଗୁଡ଼ିକ ପାଳନ କରିବେ।
      • PhonePe ଆକ୍ସେସ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାରେ ପ୍ରତିବନ୍ଧିତ କିମ୍ବା ଆଇନଗତ ଭାବେ ନିଷିଦ୍ଧ କରାଯାଇ ନାହିଁ।
      • ଆପଣ କୌଣସି ବ୍ୟକ୍ତି କିମ୍ବା ଏଣ୍ଟିଟିର ଇମ୍ପର୍ସୋନେଟ କରୁନାହାଁନ୍ତି। 
      • ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ସୂଚନା, ଡକ୍ୟୁମେଣ୍ଟ ଏବଂ ବିବରଣୀଗୁଡ଼ିକ ସତ୍ୟ ଏବଂ ଆପଣଙ୍କ ନିଜର ଅଟେ ଯାହାକୁ ସବୁ ସମୟରେ ଆପଣ PhonePe ପ୍ଲାଟଫର୍ମରେ ଅପଡେଟ କରିବେ।
    • ଉପରୋକ୍ତ ସର୍ତ୍ତାବଳୀର କୌଣସି ଭୁଲ ଉପସ୍ଥାପନା ହୋଇଥିଲେ PhonePe ପ୍ଲାଟଫର୍ମରେ ଆପଣଙ୍କ ଆକାଉଣ୍ଟ ରଦ୍ଦ କରିବାର ଅଧିକାର PhonePe ସଂରକ୍ଷିତ ରଖିବ ଏବଂ ଏହା ଆବଶ୍ୟକ ମନେକରୁଥିବା ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରିବ।
  1. ସବସ୍କ୍ରିପସନ
    ନ୍ୟୁଜଲେଟରକୁ ସବସ୍କ୍ରାଇବ କରିବା ପାଇଁ ଆପଣ ସବସ୍କ୍ରାଇବର ହେବା ହେବା ପାଇଁ ଇଚ୍ଛୁକ ବୋଲି କନଫର୍ମ କରିବାକୁ ଆପଣଙ୍କୁ ନିଜ ଇମେଲ ଠିକଣା ଦାଖଲ କରିବାକୁ ପଡିବ। ସବସ୍କ୍ରିପସନ ସମୟରେ ଆବଶ୍ୟକ ହେଉଥିବା ସୂଚନା ମଧ୍ୟରେ ଆପଣଙ୍କ ୟୁଜରନାମ, ନାମ, ବୟସ, ବାସସ୍ଥାନ ଏବଂ ଫୋନ ନମ୍ବର ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ଏହା ସ୍ପଷ୍ଟ କରାଯାଉଛି ଯେ ଆପଣଙ୍କର ସବସ୍କ୍ରିପସନ ବାବଦକୁ ଆପଣଙ୍କୁ କୌଣସି ଫି କିମ୍ବା ଅନ୍ୟ କୌଣସି ଚାର୍ଜ ଦେବାକୁ ହେବ ନାହିଁ।
  1. ନ୍ୟୁଜଲେଟରର ନିର୍ଦ୍ଦିଷ୍ଟ ବ୍ୟବସ୍ଥା
    ନ୍ୟୁଜଲେଟର ସମ୍ବନ୍ଧରେ ଆପଣ ଏତବ୍ଦ୍ୱାରା ବୁଝନ୍ତି ଏବଂ ରାଜି ହୁଅନ୍ତି ଯେ:
    • ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ କରି ଆପଣ ଆମଠାରୁ ଇମେଲ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ଆମ ନ୍ୟୁଜଲେଟରର ଉଦ୍ଦେଶ୍ୟ ହେଉଛି ସର୍ବଶେଷ ଘଟଣାବଳୀ, ସମ୍ବାଦ ପ୍ରବନ୍ଧ, ବ୍ୟବସାୟିକ ଘଟଣାବଳୀ, ମତାମତ, ତଥ୍ୟଗତ ପରିସଂଖ୍ୟାନ ଏବଂ ଟ୍ରେଣ୍ଡ ହେଉଥିଵା ଚର୍ଚ୍ଚା ଆଦି ବିଷୟରେ ଆପଣଙ୍କୁ ଅପଡେଟ କରିବା। ଆମ ନ୍ୟୁଜଲେଟରର ସବସ୍କ୍ରିପସନ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ। ନ୍ୟୁଜଲେଟରର ଫ୍ରିକ୍ୱେନ୍ସି ଆମର ନିଜସ୍ୱ ବିବେଚନା ଅନୁଯାୟୀ ହେବ। ନ୍ୟୁଜଲେଟରକୁ ସଂଶୋଧନ କିମ୍ବା ବନ୍ଦ କରିବା ଏବଂ/କିମ୍ବା ଯେକୌଣସି ସମୟରେ ଆପଣଙ୍କୁ ସୂଚନା ପ୍ରଦାନ କରି କିମ୍ବା ନକରି ଆପଣଙ୍କ ସବସ୍କ୍ରିପସନକୁ ସ୍ଥଗିତ କିମ୍ବା ବାତିଲ କରିବାର ଏକକ ଅଧିକାର ଆମେ ସଂରକ୍ଷିତ କରୁ।
    • ନ୍ୟୁଜଲେଟର କେବଳ ଆପଣଙ୍କର ସୂଚନା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ଏବଂ ଏହା ବିସ୍ତୃତ କିମ୍ବା ସମ୍ପୁର୍ଣ୍ଣ ନୁହେଁ। ଯଦିଓ ସବୁ ସମୟରେ ଆମେ ଆମର ସାମର୍ଥ୍ୟ ଅନୁଯାୟୀ ନ୍ୟୁଜଲେଟରରେ ସର୍ବଶେଷ ତଥ୍ୟ ସମ୍ବଳିତ ଏବଂ ପ୍ରାସଙ୍ଗିକ ସୂଚନା ପ୍ରଦାନ କରିବାକୁ ଚେଷ୍ଟା କରୁ, ତଥାପି ନ୍ୟୁଜଲେଟରରେ ଥିବା ସୂଚନାର ସଠିକତା, ସମ୍ପ୍ରତିକତା କିମ୍ବା ସମ୍ପୂର୍ଣ୍ଣତା ପାଇଁ ଆମେ କୌଣସି ଗ୍ୟାରେଣ୍ଟି ଦେଉନାହୁଁ ଏବଂ ଏଥିରେ ପ୍ରତିଫଳିତ ହୋଇଥିବା ବିଷୟଗୁଡ଼ିକ କୌଣସି ସୂଚନା ବିନା ଯେକୌଣସି ସମୟରେ ପରିବର୍ତ୍ତନ କରାଯାଇପାରେ। ସେଥିରେ ଥିବା ମତାମତ ସମେତ ନ୍ୟୁଜଲେଟରର କୌଣସି ବିଷୟ ବଜାର କାର୍ଯ୍ୟଦକ୍ଷତା ତଥ୍ୟକୁ ସୂଚାଉଥିବା ନିବେଶ ପରାମର୍ଶ ପ୍ରସ୍ତୁତ କରିବ ନାହିଁ କିମ୍ବା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ ବୋଲି କୌଣସି ପ୍ରତିଭୂତି, ସିକ୍ୟୁରିଟି ପୋର୍ଟଫୋଲିଓ, ଇନଭେଷ୍ଟମେଣ୍ଟ ପ୍ରଡକ୍ଟ କିମ୍ବା ବିନିଯୋଗ କୌଶଳର ସୁପାରିଶ କରିବ ନାହିଁ। ଅଧିକନ୍ତୁ, ନ୍ୟୁଜଲେଟର କ୍ରୟ, ବିକ୍ରୟ, ଦେବା, ନେବା, ଜାରି କରିବା, ବଣ୍ଟନ କିମ୍ବା ସ୍ଥାନାନ୍ତର କରିବା କିମ୍ବା ଅଂଶଧନ, ଷ୍ଟକ, ବଣ୍ଡ, ନୋଟ, ମାଲିକାନା, ୟୁନିଟ ଟ୍ରଷ୍ଟ, ମ୍ୟୁଚୁଆଲ ଫଣ୍ଡ କିମ୍ବା ଅନ୍ୟ ପ୍ରତିଭୂତି, ପୁଞ୍ଜି ନିବେଶ, ଋଣ, ଅଗ୍ରିମ, କ୍ରେଡିଟ କିମ୍ବା ଟଙ୍କା ଜମା ସମ୍ବନ୍ଧରେ କୌଣସି ପରାମର୍ଶ ଦେବା ଭଳି ଏକ ଅଫର କିମ୍ବା ଅନୁରୋଧ ଭାବରେ ବୁଝାଯିବ ନାହିଁ। ସବୁ ସମୟରେ ପେସାଦାର ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବା ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନ୍ୟୁଜଲେଟରରେ ଥିବା ବିଷୟବସ୍ତୁର ନିରପେକ୍ଷ ଯାଞ୍ଚ କରିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି। ନ୍ୟୁଜଲେଟରରେ ଥିବା ସୂଚନାର ବ୍ୟବହାର ଆପଣଙ୍କୁ ନିଜ ଦାୟିତ୍ୱରେ କରିବାକୁ ହେବ ଏବଂ ଏହିପରି ବ୍ୟବହାରରୁ ଉତ୍ପନ୍ନ କୌଣସି ପ୍ରତିକୂଳ ପରିଣାମ ପାଇଁ ଆମେ ଦାୟୀ ରହିବୁ ନାହିଁ। ନ୍ୟୁଜଲେଟରରେ ପ୍ରଦତ୍ତ ବିଷୟବସ୍ତୁ କୌଣସି ବ୍ୟକ୍ତି ୟୁଜରଙ୍କ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ, ପରିସ୍ଥିତି କିମ୍ବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇନାହିଁ। 
    • ଆପଣ (ପ୍ରତ୍ୟକ୍ଷ ଭାବରେ କିମ୍ବା କୌଣସି ସଫ୍ଟୱେର ପ୍ରୋଗ୍ରାମ ବ୍ୟବହାର କରି) ଇଲେକ୍ଟ୍ରୋନିକ କିମ୍ବା ଷ୍ଟ୍ରକଚର୍ଡ଼ ମାନୁଆଲ୍ ଫର୍ମରେ ଏକ ଡାଟାବେସ ତିଆରି କରିବେ ନାହିଁ କିମ୍ବା ନ୍ୟୁଜଲେଟରର ପୃଷ୍ଠାଗୁଡ଼ିକ ମଧ୍ୟରୁ ସମସ୍ତ କିମ୍ବା କୌଣସି ଅଂଶକୁ ନିୟମିତ ଭାବରେ ଡାଉନଲୋଡ କରି ସଂରକ୍ଷଣ କରିବେ ନାହିଁ। PhonePeର ଲିଖିତ ଅନୁମତି ବିନା ନ୍ୟୁଜଲେଟରର କୌଣସି ଅଂଶ ପୁନଃ ପ୍ରକାଶିତ କିମ୍ବା ସଞ୍ଚାରଣ କିମ୍ବା ଅନ୍ୟ କୌଣସି ୱେବସାଇଟରେ ସଂରକ୍ଷିତ ହୋଇପାରିବ ନାହିଁ କିମ୍ବା ଏହାର କୌଣସି ପୃଷ୍ଠା କିମ୍ବା ତାହାର ଅଂଶ କୌଣସି ଇଲେକ୍ଟ୍ରୋନିକ୍ କିମ୍ବା ଅଣ-ଇଲେକ୍ଟ୍ରୋନିକ୍ ଫର୍ମରେ ପ୍ରସାରିତ ହୋଇପାରିବ ନାହିଁ କିମ୍ବା କୌଣସି ସାର୍ବଜନୀନ କିମ୍ବା ବେସରକାରୀ ଇଲେକ୍ଟ୍ରୋନିକ ପୁନରୁଦ୍ଧାର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ। ଆପଣ ଆହୁରି ମଧ୍ୟ ରାଜି ଅଟନ୍ତି ଯେ ଅନ୍ୟ କୌଣସି ୱେବସାଇଟ, ମୋବାଇଲ ଆପ୍ଲିକେସନ କିମ୍ବା ବ୍ଲଗରେ ବ୍ୟବହାର ପାଇଁ ନ୍ୟୁଜଲେଟରର ବିଷୟବସ୍ତୁର ପ୍ରଦର୍ଶନ, ପୋଷ୍ଟ, ଫ୍ରେମ କିମ୍ବା ସ୍କ୍ରାପ କରିବେ ନାହିଁ। ନ୍ୟୁଜଲେଟର କିମ୍ବା ଏହାର ବିଷୟବସ୍ତୁକୁ ଲିଙ୍କ୍ କରିବା ଏବଂ/କିମ୍ବା ଆକ୍ସେସ, କପି, ଇଣ୍ଡେକ୍ସ, ପ୍ରକ୍ରିୟାକରଣ ପାଇଁ ୱେବ କ୍ରଲର, ସ୍ପାଇଡ଼ରିଂ କିମ୍ବା ଅନ୍ୟ ସ୍ୱୟଂଚାଳିତ ମାଧ୍ୟମ ବ୍ୟବହାର କରିବା ଏବଂ/କିମ୍ବା ନ୍ୟୁଜଲେଟରରେ ପ୍ରକାଶିତ କିମ୍ବା ତାହା ମାଧ୍ୟମରେ ଉପଲବ୍ଧ ଯେକୌଣସି ବିଷୟବସ୍ତୁର ସଂରକ୍ଷଣକୁ ନିଷେଧ କରାଯାଇଛି।
    • ନ୍ୟୁଜଲେଟରରେ ଥିବା ବିଷୟବସ୍ତୁ ଉଭୟ ସ୍ଵାଧୀନ ଚିନ୍ତାଧାରା ଏବଂ ପବ୍ଲିକ ଡୋମେନରେ ଉପଲବ୍ଧ କିମ୍ବା ତୃତୀୟ ପକ୍ଷ ଦ୍ୱାରା ଆମକୁ ଯୋଗାଇ ଦିଆଯାଇଥିବା ତଥ୍ୟ ସଂଗ୍ରହର ସମଷ୍ଟି ଅଟେ। ଆପଣଙ୍କର ବ୍ୟକ୍ତିଗତ, ଆଇନଗତ ଏବଂ ଅଣ-ବ୍ୟବସାୟିକ ବ୍ୟବହାର ବ୍ୟତୀତ, ଆପଣ ନିମ୍ନୋକ୍ତ ବିଷୟ କରିବେ ନାହିଁ: (i) PhonePeର ପୂର୍ବ ଅନୁମତି ବିନା ବିଷୟବସ୍ତୁର ନକଲ, ପୁନଃ ମୁଦ୍ରଣ, ସଂଶୋଧନ କିମ୍ବା ସଞ୍ଚାରଣ; (ii) ନ୍ୟୁଜଲେଟରର କୌଣସି ଅଂଶକୁ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ସମେତ ବିକ୍ରି କିମ୍ବା ନିଜ ସ୍ୱାର୍ଥରେ ବ୍ୟବହାର କରିବା; (iii) ଡେରିଭେଟିଭ କାର୍ଯ୍ୟ କରିବା। ପରବର୍ତ୍ତୀ ସମୟରେ କେବଳ ଦେଖିବା ତଥା ଅଣ-ବ୍ୟବସାୟିକ ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହେଲେ ମଧ୍ୟ ନ୍ୟୁଜଲେଟରର କୌଣସି ପ୍ରତିଲିପି କିମ୍ବା ବିଷୟବସ୍ତୁକୁ ନିଜ ବ୍ୟକ୍ତିଗତ ଡିସ୍କ କିମ୍ବା ଅନ୍ୟ କୌଣସି ଷ୍ଟୋରେଜ ମାଧ୍ୟମରେ ସେଭ କରିବା।
    • ନ୍ୟୁଜଲେଟରରେ ଅନ୍ତର୍ଭୁକ୍ତ ହୋଇଥିବା ହାଇପର୍ ଲିଙ୍କ୍ ଏବଂ ତୃତୀୟ ପକ୍ଷ ଦ୍ୱାରା ପ୍ରଦାନ କରାଯାଇଥିବା ଉତ୍ସଗୁଡିକ, ଯଦି ଥାଏ, ସେଗୁଡ଼ିକ କେବଳ ସୂଚନା ଉଦ୍ଦେଶ୍ୟରେ ଦିଆଯାଇଛି ଏବଂ ତାହା ଏହିପରି ଲିଙ୍କ୍ ହୋଇଥିବା ୱେବସାଇଟଗୁଡିକର ଏକ ଅନୁମୋଦନ କିମ୍ବା ଯାଞ୍ଚ ପାଇଁ ଉଦ୍ଦିଷ୍ଟ ନୁହେଁ। ଆପଣ ସ୍ଵୀକାର କରନ୍ତି ଯେ ଏହିପରି ୱେବସାଇଟ କିମ୍ବା ଉତ୍ସଗୁଡ଼ିକର ବିଷୟବସ୍ତୁ ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ଏବଂ ଏହାର ବିଷୟବସ୍ତୁ କିମ୍ବା ଏହିପରି ଲିଙ୍କ୍ ହୋଇଥିବା ୱେବସାଇଟଗୁଡ଼ିକୁ ଆକ୍ସେସ କରିବାର ପରିଣାମ କିମ୍ବା ସେଥିପାଇଁ ହୋଇଥିବା କୌଣସି କ୍ଷତି କିମ୍ବା ନଷ୍ଟ ପାଇଁ ଆମେ ଦାୟୀ ନାହୁଁ। ଆପଣ ସ୍ଵୀକାର କରନ୍ତି ଯେ ଏହିପରି ଲିଙ୍କ୍ ହୋଇଥିବା ୱେବସାଇଟର ଆକ୍ସେସ ଏବଂ/କିମ୍ବା ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ନିଜ ଦାୟିତ୍ଵରେ ହୋଇଛି ଏବଂ ତାହା ସେଥିରେ ଥିବା ଆକ୍ସେସ ଏବଂ/କିମ୍ବା ବ୍ୟବହାରର ଚୁକ୍ତି ଏବଂ ସର୍ତ୍ତାବଳୀର ଅଧୀନ ଅଟେ। ଏହିପରି ଲିଙ୍କ୍ ହୋଇଥିବା କୌଣସି ୱେବସାଇଟର ଗୋପନୀୟତା ରୀତି ପାଇଁ ଆମେ ଦାୟୀ ନାହୁଁ। ଥରେ ଆପଣ କୌଣସି ତୃତୀୟ ପକ୍ଷ ୱେବସାଇଟକୁ ନିର୍ଦ୍ଦେଶିତ ହେବା ପରେ ଆପଣଙ୍କଠାରୁ ସଂଗ୍ରହ କରାଯାଉଥିବା ବ୍ୟକ୍ତିଗତ ଡାଟାକୁ ସେମାନେ କିଭଳି ପରିଚାଳନା କରିବେ ତାହା ନିର୍ଣ୍ଣୟ କରିବା ପାଇଁ ଆପଣ ଉକ୍ତ ତୃତୀୟ ପକ୍ଷ ୱେବସାଇଟର ପ୍ରଯୁଜ୍ୟ ବ୍ୟକ୍ତିଗତ ଡାଟା ନୀତି ଚେକ କରିବା ଉଚିତ। ଆମେ କୌଣସି ତୃତୀୟ ପକ୍ଷ ବିଷୟବସ୍ତୁ (ଯେଉଁଥିରେ କୌଣସି କମ୍ପ୍ୟୁଟର ଭାଇରସ କିମ୍ବା ଅନ୍ୟାନ୍ୟ ନିଷ୍କ୍ରିୟ ଫିଚର ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ) ପାଇଁ ଦାୟୀ ନାହୁଁ କିମ୍ବା ଏହିପରି ତୃତୀୟ ପକ୍ଷ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ଆମର କୌଣସି ଦାୟବଦ୍ଧତା ମଧ୍ୟ ନାହିଁ।
    • ଆପଣଙ୍କ ବିଷୟରେ ଡେମୋଗ୍ରାଫିକ ତଥ୍ୟ କିମ୍ବା ଆପଣଙ୍କୁ ପୃଥକ ଭାବରେ ଚିହ୍ନଟ କରୁନଥିବା କିମ୍ବା ଆପଣଙ୍କର ପରିଚୟ ପ୍ରକାଶ କରୁନଥିବା ନ୍ୟୁଜଲେଟରର ଆକ୍ସେସ/ବ୍ୟବହାରର ଫର୍ମଗୁଡ଼ିକୁ ସଂଗ୍ରହ କରିବା, ବ୍ୟବହାର କରିବା, ବଣ୍ଟନ କରିବାର ଅଧିକାର ଆମେ ସଂରକ୍ଷଣ କରୁ।
  1. ବୌଦ୍ଧିକ ସମ୍ପତ୍ତି ଅଧିକାର
    • ନ୍ୟୁଜଲେଟରରେ ଟ୍ରେଡମାର୍କ, ସର୍ଭିସ ମାର୍କ, ନାମ, ଟାଇଟେଲ, ଲୋଗୋ, ଇମେଜ, ଡିଜାଇନ, କପିରାଇଟ ଏବଂ PhonePe (“PhonePeର IP”) କିମ୍ବା ତୃତୀୟ ପକ୍ଷ (“ତୃତୀୟ ପକ୍ଷ IP”)ର ମାଲିକାନାରେ ଥିବା, ପଞ୍ଜୀକୃତ ଏବଂ ବ୍ୟବହୃତ ଅନ୍ୟାନ୍ୟ ସ୍ୱତ୍ୱାଧିକାରିତାର ପ୍ରତୀକଗୁଡ଼ିକ ଥାଇପାରେ। ଆପଣ ସ୍ଵୀକାର କରୁଛନ୍ତି ଏବଂ ସହମତ ଅଟନ୍ତି ଯେ PhonePe କିମ୍ବା ତୃତୀୟ ପକ୍ଷ, ପରିସ୍ଥିତି ପାଇଁ ଯେପରି ଉପଯୁକ୍ତ, ଯଥାକ୍ରମେ PhonePeର IP ଏବଂ ତୃତୀୟ ପକ୍ଷ IPର ସ୍ୱତନ୍ତ୍ର ମାଲିକ ଅଟନ୍ତି ଏବଂ ଏହିପରି ବୌଦ୍ଧିକ ସମ୍ପତ୍ତିର କୌଣସି ଅନଧିକୃତ କରିବାକୁ କଠୋର ଭାବେ ନିଷେଧ କରାଯାଇଛି। 
    • ନ୍ୟୁଜଲେଟରରେ ଥିବା କୌଣସି ବିଷୟବସ୍ତୁ ତା’ର ଇଙ୍ଗିତ କିମ୍ବା ଅନ୍ୟ କୌଣସି ନିହିତାର୍ଥ ଦ୍ୱାରା PhonePeର IP ଏବଂ ତୃତୀୟ ପକ୍ଷ IP ପାଇଁ କୌଣସି ଅଧିକାର, ଲାଇସେନ୍ସ କିମ୍ବା ଟାଇଟେଲ ପ୍ରଦାନ କରିବା ପରି ବୁଝାଯିବା ଉଚିତ ନୁହେଁ। ଅଧିକନ୍ତୁ, ନ୍ୟୁଜଲେଟର ହୋଷ୍ଟ ହୋଇଥିବା ଡୋମେନ ନାମ PhonePeର ଏକକ ମାଲିକାନାଧୀନ ସମ୍ପତ୍ତି ଏବଂ ଆପଣ ନିଜ ବ୍ୟବହାର ପାଇଁ ସମାନ ପ୍ରକାରର ନାମ ବ୍ୟବହାର କରିବେ ନାହିଁ କିମ୍ବା ଅନ୍ୟଥା ପରିଗ୍ରହ କରିବେ ନାହିଁ।
  1. ପ୍ରତିନିଧିତ୍ଵ ଏବଂ ୱାରେଣ୍ଟିର ଅସ୍ଵୀକାର
    • ନ୍ୟୁଜଲେଟର ସମ୍ବନ୍ଧରେ PhonePe କୌଣସି ପ୍ରକାରର ଅଧିକାରୀକ ବର୍ଣ୍ଣନା, ୱାରେଣ୍ଟି, ପ୍ରତିଶ୍ରୁତି, ଆଶ୍ଵାସନା ଏବଂ ଗ୍ୟାରେଣ୍ଟି ପ୍ରଦାନ କରେ ନାହିଁ।
    • ନ୍ୟୁଜଲେଟରର ଅଂଶ ଭାବରେ ବିତରଣ କରାଯାଇଥିବା ସମସ୍ତ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରି ମାତ୍ର ସେତିକିରେ ସୀମିତ ନରଖି  ନ୍ୟୁଜଲେଟର “ଯେପରି ଅଛି”, “ଯେପରି ଉପଲବ୍ଧ ଅଛି” ସେପରି ଭାବରେ ପ୍ରଦାନ କରାଯାଇଥାଏ ଏବଂ ତାହା କୌଣସି ପ୍ରକାରର ୱାରେଣ୍ଟି, ତାହା ପ୍ରକାଶିତ ହେଉ କିମ୍ବା ଇଙ୍ଗିତପୂର୍ଣ୍ଣ ହେଉ, ଯେଉଁଥିରେ ଟାଇଟେଲ, ଅଣ-ଉଲଂଘନ, ବାଣିଜ୍ୟ ଯୋଗ୍ୟତା ଏବଂ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଫିଟନେସ, ଡାଟାରେ ହସ୍ତକ୍ଷେପ ନକରିବା, ଉପଲବ୍ଧତା, ସଠିକତାର ଇଙ୍ଗିତପୂର୍ଣ୍ଣ ୱାରେଣ୍ଟି ଆଦି ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ କିମ୍ବା ନ୍ୟୁଜଲେଟରଟି ତ୍ରୁଟିମୁକ୍ତ ବୋଲି ୱାରେଣ୍ଟି ଏବଂ କୌଣସି କାର୍ଯ୍ୟପନ୍ଥା କିମ୍ବା ଟ୍ରେଡର ବ୍ୟବହାର ଦ୍ୱାରା ଦର୍ଶାଯାଇଥିବା କୌଣସି ୱାରେଣ୍ଟି ଯାହା ସ୍ପଷ୍ଟ ଭାବରେ ଅସ୍ଵୀକାର କରାଯାଇଛି ସେସବୁ ବିନା ପ୍ରଦାନ କରାଯାଇଥାଏ। PhonePe, ଏହାର ଡାଇରେକ୍ଟର, ଅଧିକାରୀ, କର୍ମଚାରୀ, ଏଜେଣ୍ଟ, ଅଂଶୀଦାର, ଏବଂ ବିଷୟବସ୍ତୁ ପ୍ରଦାନକାରୀମାନେ ୱାରେଣ୍ଟି ଦିଅନ୍ତି ନାହିଁ ଯେ: (i) ନ୍ୟୁଜଲେଟରରେ ଥିବା କୌଣସି ଭୁଲ କିମ୍ବା ତ୍ରୁଟି ସଂଶୋଧିତ ହେବ; କିମ୍ବା (ii) ନ୍ୟୁଜଲେଟର ବ୍ୟବହାର କରିବା ଫଳରେ ଆପଣଙ୍କ ଆବଶ୍ୟକତା ପୂରଣ ହେବ।
  2. କ୍ଷତିପୂରଣ ଏବଂ ଦାୟବଦ୍ଧତାର ସୀମା
    • ଆପଣ କୌଣସି ଦାବି କିମ୍ବା ଡିମାଣ୍ଡ କିମ୍ବା କାର୍ଯ୍ୟ ପାଇଁ PhonePeକୁ କ୍ଷତିରୁ ସୁରକ୍ଷିତ ରଖିବେ ଏବଂ ବ୍ୟବହାରର ଏହି ସର୍ତ୍ତାବଳୀର, ଗୋପନୀୟତା ନୀତି ଏବଂ ଅନ୍ୟ ନୀତି, କୌଣସି ଆଇନରେ ବା ନୀତିନିୟମ ବା ତୃତୀୟ ପକ୍ଷର ଅଧିକାର (ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ ସମେତ) ରେ ଆପଣ କରିଥିବା ଉଲ୍ଲଙ୍ଘନ କାରଣରୁ କିମ୍ବା ଏଥିରୁ ହେଉଥିବା କୌଣସି ତୃତୀୟ ପକ୍ଷ ଦ୍ୱାରା ପେନାଲ୍ଟି, ଯୁକ୍ତିଯୁକ୍ତ ଆଟର୍ଣ୍ଣି ଫି’ ଭରଣା କରିବେ।
    • କୌଣସି ପରିସ୍ଥିତିରେ ମଧ୍ୟ PhonePe ଆପଣ ଏବଂ/କିମ୍ବା ଅନ୍ୟ କୌଣସି ପକ୍ଷର କୌଣସି ପ୍ରକାରର କ୍ଷତି ଏବଂ ଦେଣା ପାଇଁ ଦାୟୀ ରହିବ ନାହିଁ ଯାହା ମଧ୍ୟରେ ପ୍ରତ୍ୟକ୍ଷ, ପରୋକ୍ଷ, ବିଶେଷ, ଦୃଷ୍ଟାନ୍ତମୂଳକ, ଘଟଣାଜନିତ, କ୍ଷତିପୂରକ, ଦଣ୍ଡନୀୟ, ପରିଣାମଗତ କ୍ଷତି କିମ୍ବା ଚୁକ୍ତିଜନିତ, ଅବହେଳା କିମ୍ବା ଅନ୍ୟାନ୍ୟ ନିର୍ଯାତନାମୂଳକ କାର୍ଯ୍ୟ ଯୋଗୁଁ ଲାଭ ହରାଇବା, ସଦ୍ଭାବନା ନଷ୍ଟ, ବ୍ୟବସାୟିକ ବାଧା, ତଥ୍ୟ ହରାଇବା କିମ୍ବା ଅନ୍ୟାନ୍ୟ ଅର୍ଥନୈତିକ କ୍ଷତିରେ ସୀମିତ ନରଖି ନ୍ୟୁଜଲେଟର ଓ ତାହାର ବିଷୟବସ୍ତୁ ସହ ସମ୍ବନ୍ଧିତ କିମ୍ବା ସେଥିରୁ ଉତ୍ପନ୍ନ ସମସ୍ତ କ୍ଷତି ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ।
    • ଆପଣ ଏତଦ୍ଦ୍ଵାରା ଆପଣଙ୍କର ସବସ୍କ୍ରିପସନ କିମ୍ବା ନ୍ୟୁଜଲେଟରର ବ୍ୟବହାରରୁ ଉତ୍ପନ୍ନ PhonePe ବିରୁଦ୍ଧରେ ସମସ୍ତ ଦାବି ତ୍ୟାଗ କରୁଛନ୍ତି। ନ୍ୟୁଜଲେଟର ବିରୁଦ୍ଧରେ ଅସନ୍ତୋଷ କିମ୍ବା ଅନ୍ୟ କୌଣସି ଅଭିଯୋଗ କ୍ଷେତ୍ରରେ ଆପଣଙ୍କର ଏକକ ତଥା ସ୍ୱତନ୍ତ୍ର ଅଧିକାର ତଥା ପ୍ରତିକାର ନ୍ୟୁଜଲେଟରର ସବସ୍କ୍ରିପସନ ରଦ୍ଦ କରିବା ହେବ।
  1. ନିୟନ୍ତ୍ରଣ କରୁଥିବା ଆଇନ ଏବଂ ନ୍ୟାୟକ୍ଷେତ୍ର
    ଏହି ଚୁକ୍ତି ଭାରତର ଆଇନ ଦ୍ୱାରା ପରିଚାଳିତ ହେବ। ଅଧିକନ୍ତୁ, ଏହି ଚୁକ୍ତି ସମ୍ବନ୍ଧୀୟ କିମ୍ବା ସେଥିରୁ ଉତ୍ପନ୍ନ ଅନ୍ୟ ମାମଲାଗୁଡ଼ିକର ବିଚାର କରିବା ପାଇଁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ଅଦାଲତମାନଙ୍କର ସ୍ୱତନ୍ତ୍ର ଅଧିକାର ରହିବ ଏବଂ ଆପଣ ଏହିପରି ଅଦାଲତଗୁଡ଼ିକର ସ୍ୱତନ୍ତ୍ର ଅଧିକାର ନିକଟରେ ନିରବଚ୍ଛିନ୍ନ ଭାବରେ ସମର୍ପଣ କରିବାକୁ ରାଜି ହୁଅନ୍ତି।
PhonePe Logo

Business Solutions

  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • PhonePe Lending
  • POS Machine
  • Payment Links

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved
PhonePe Logo

Business Solutions

arrow icon
  • Payment Gateway
  • Guardian by PhonePe
  • Express Checkout
  • PhonePe Switch
  • Offline Merchant
  • Advertise on PhonePe
  • SmartSpeaker
  • PhonePe Lending
  • POS Machine
  • Payment Links

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

General

arrow icon
  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2024, All rights reserved